/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695870854.jpg)
Tragic incident
ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ। ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଆଖୁଆପଦା ବୈତରଣୀ ସେତୁ ଉପରେ ଗତକାଲି ରାତିରେ ଘଟିଛି ଏହି ଘଟଣା। ତେବେ କେଉଁଥି ପାଇଁ ବାପ-ଝିଅ ଏପରି ଚରମ ପଦକ୍ଷେପ ନେଇଛନ୍ତି, ସେସମ୍ପର୍କରେ ଜଣାପଡ଼ି ନାହିଁ ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ଏକ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ବାଇକ୍, ମୋବାଇଲ୍ ଓ ଜୋତା ରଖି ଦୁହେଁ ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ ।
ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ.. ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଆଖୁଆପଦା
ବୈତରଣୀ..#Odisha#OTVpic.twitter.com/uTwEw1OmB0— ଓଟିଭି (@otvkhabar) September 28, 2023
ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । ଚନ୍ଦନଙ୍କ ପତ୍ନୀଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ କାରଣ ଜଣାପଡିନାହି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)