• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛେଳି ଚାଷ ଦେଲା ନୂଆ ପରିଚୟ । ଯିଏ ଦିନେ ଖାଇବାକୁ ଠିକ୍‌ରେ ପାଉନଥିଲେ ଏବେ ଛେଳି ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ଜଣେ ଦିବ୍ୟାଙ୍ଗ ଯୁବତୀ ହେବା ପରେ ବି ହାର୍‌ ମାନିନାହାନ୍ତି ବରଂ ଲଢେଇ କରି ଆତ୍ମନିର୍ଭରଶୀଳ ହେବା ପରିଭାଷା ଅନ୍ୟକୁ ଶିଖାଇଛନ୍ତି ।

ଭଦ୍ରକ ଚାନ୍ଦବାଲି ବଡ଼ ଓସ୍ତିଆ ଗ୍ରାମ-ପଞ୍ଚାୟତ ସାଏନ୍ତା ଗାଁର କୁନିଲତା ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ପରିବାରରେ ସେ ଖାଲି ନୁହନ୍ତି ବରଂ ସାନ ଭାଇଭଉଣୀ ଉଭୟେ ଦିବ୍ୟାଙ୍ଗ । ପିଲାମାନେ ସମସ୍ତେ ଦିବ୍ୟାଙ୍ଗ ଥିବାରୁ କେମିତି ସେମାନେ ଭଲରେ ଚଳିବେ ସେହି କଥା ଚିନ୍ତା କରି କରି ସମୟ କାଟୁଥିଲେ ବାପା-ମାଆ । ହେଲେ ନିଜର ଇଚ୍ଛାଶକ୍ତି ବଳରେ ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ସଭାନେତ୍ରୀ ହୋଇପାରିଛନ୍ତି କୁନି ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁନି ସ୍ୱୟଂ ସହାୟକ ଗୋଷ୍ଠୀରେରେ କାମ କରି କୁନି ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଥିବା ବେଳେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । କୁନିଙ୍କ ଦୃଢ ମନୋବଳକୁ ଖାଲି ଗାଁରେ ନୁହେଁ ବରଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଏମିତି କୁନି ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଉଦାହରଣ ବୋଲି ବିଡିଓ କହିଛନ୍ତି ।

ଅନେକ ସମୟରେ ଆମେ ଦେଖିଛନ୍ତି ଦିବ୍ୟାଙ୍ଗ ହେବା ପରେ ରୋଜଗାର କରିବା ତାଙ୍କ ପକ୍ଷରେ କଷ୍ଟସାଧ୍ୟ ହୁଏ । ହେଲେ କୁନିଙ୍କ ମନରେ ଥିବା ଦୃଢ ଇଚ୍ଛାଶକ୍ତି ପାଇଁ ଆଜି ନିଜେ ରୋଗଗାର କରିବା ସହିତ ଅନ୍ୟଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

(ଚାନ୍ଦବାଲିରୁ ତ୍ରିଲୋଚନ ସାହୁଙ୍କ ରିପୋର୍ଟ)