• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhadrak

Sudan Returnee
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

Vande Bharat Express
ଓଡ଼ିଶାରେ ‘ବନ୍ଦେ ଭାରତ’ର ଟ୍ରାଏଲ ରନ୍, ପୁରୀ-ହାୱଡ଼ା ରୁଟ୍‌ରେ ଗଡ଼ିଲା ଏକ୍ସପ୍ରେସ୍

ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।

Bhadrak News
ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ

ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।

Rain Alert in Odisha Orange Warning For Various Districts
ମାଡ଼ି ଆସୁଛି କାଳବୈଶାଖୀ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।

 Case registered against Jatra actress
ଯାତ୍ରାରେ ଅଶ୍ଳୀଳ ଇଙ୍ଗିତ ପାଇଁ ଅଭିନେତ୍ରୀଙ୍କ ନାଁରେ ମାମଲା

ଏକ ଆଲବମ ଗୀତ 'ନିଆଳି ଛେନା'ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିଦେଇଥିଲେ ଅଭିନେତ୍ରୀ ଜଣକ।

ଯାତ୍ରା ବେଳେ ହଙ୍ଗାମା
ନିଆଳି ଛେନା ଗୀତରେ ନାଚି ଆଇଟମ୍ ଗର୍ଲ ଦେଲେ ଏମିତି ଇସାରା, ଚପଲ ଉଠାଇଲେ ମଉସା

ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

Salt therapy
ଅନ୍ଧବିଶ୍ୱାସ!! ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ ।

Salt Treatment To Minor Boy Bhadrak Superstitions
ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର, ଶବକୁ ଲୁଣରେ ପୋତି ଝଡ଼ାଫୁଙ୍କା କଲେ...

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

SHG Group
କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।

weather report
ଅସହ୍ୟ ଖରାରୁ ମିଳିବ ମୁକ୍ତି : ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା

ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

Jawan
ଦେଶ ସେବା କରି ଫେରିଲେ...ଗୋଡ଼ ଧୋଇ ପାଛୋଟି ନେଲେ ଗାଁ ମହିଳା

ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା  । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି କହିଛନ୍ତି ବାପା ଗୌରାଙ୍ଗ ଚନ୍ଦ୍ର ନାୟକ । ସେପଟେ ପଙ୍କଜ କହିଛନ୍ତି, ଇଚ୍ଛା ଥିଲା ଭାରତ ମାତାର ସେବା କରିବାକୁ

Man Allegedly Beaten 5 Children For Plucking Mangoes
ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ, ୫ ଶିଶୁ ମେଡିକାଲ୍‌ରେ ଭର୍ତ୍ତି

ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ। ଏଥିରେ ଆହତ ହୋଇ ୫ ଛୋଟ ପିଲା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। 

School
କମିଟି ଗଠନ କଲେ ସ୍କୁଲ ଖୋଲିବ, ନହେଲେ ପାଠ ବନ୍ଦ

ବିଦ୍ୟାଳୟ ପରିଚାଳନା କମିଟି ଗଠନ ନହେବା କାରଣରୁ ଜିଦରେ ଅଟଳ ଅଭିଭାବକ ଓ ଗ୍ରାମବାସୀ । ଦିନେ କି ଦୁଇଦିନ ନୁହେଁ ବରଂ ୫ଦିନ ହେବ ବିଦ୍ୟାଳୟରେ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ଆସୁଥିଲେ ବି ସ୍କୁଲ ବାହାରେ ବସିବସି ଫେରୁଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ନେଇ ଅନ୍ଧାରରେ ଅଭିଭାବକ

Rice
ଚାଉଳ ଦେଉନାହାନ୍ତି, ନାଲିଆଖି ଦେଖାଉଛନ୍ତି...ଏକାଠି ହୋଇ ଗର୍ଜିଲେ ହିତାଧିକାରୀ

ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକାଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ।

wheelchair fencer
ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା

donates hair for cancer patients
ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶ ଦାନ କଲେ

ଯୁକ୍ତ ଦୁଇ ଛାତ୍ରଙ୍କ ମହାନତା । ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶଦାନ କଲେ । ୮ ମାସ ହେଲାଣି କାଟିନଥିଲେ ବାଳ

Toilet & cowshed built in front of houses
ଅଦ୍ଭୁତ ଗାଁ : ସବୁ ଘର ଆଗରେ ପାଇଖାନା ସହ ଗୁହାଳ

ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଭୁଲ ହେବନି। ଇଏ ଏମିତି ଏକ ଗାଁ ଯେଉଁଠି ପ୍ରତି ଘର ସାମ୍ନାରେ ପାଇଖାନା ସହିତ ରହିଛି ଗୁହାଳ । ଅପରିଷ୍କାର ପାଣିର ଦୁର୍ଗନ୍ଧରେ ଫାଟୁଛି ପୂରା ଗାଁ । ଏନଏସିରେ ଥିବା ପରେ ବି ସ୍ୱଚ୍ଛତା ଯେମିତି ୟାଙ୍କୁ ସ୍ପର୍ଶ କରୁନି।

SHG
ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି SHG ଗୋଷ୍ଠୀ ?

ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ

Student Drowning
ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ ।

Road-safety campaign
ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା . .

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

Chudamani marine police station lady SI Tapaswini Mohapatra arrested on charges of raping a woman jo
ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଆଭିଯୋଗରେ ମହିଳା SI ଗିରଫ

ଭଦ୍ରକରେ ଏପରି ଏକ ଘଟଣା ଘଟିଥିବା ବେଳେ ଚୂଡ଼ାମଣି ମେରାଇନ୍ ଥାନାର SI ହେଉଛନ୍ତି ତପସ୍ୱିନୀ ମହାପାତ୍ର ।

MGNREGA works
କିଛି ଜାଣିପାରୁନାହାନ୍ତି ବଡ଼ ବାବୁ : ମଣିଷ ବଦଳରେ ମେସିନ୍‌ କରୁଛି କାମ

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

relationship exposed
ସବୁ ସାରିଦେଲା ଫୋନ୍‌...ସ୍ତ୍ରୀକୁ ହାଣିଲା , ନିଜେ ବିଷ ପିଇଦେଲା

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

Girl cries for justice
ଝିଅକୁ ମାରିଲେ, ମାଆକୁ ଦୁଷ୍କର୍ମ କଲେ...ନ୍ୟାୟ ମାଗୁଛି ବଡ଼ ଝିଅ

ମସିହା ୨୦୧୮, ସ୍ଥାନ- ଭଦ୍ରକର ଛେଡାକ ଗାଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ତିନିଜଣ ଯୁବକ ଦେବେନ୍ଦ୍ର ଦାସଙ୍କ ସାନ ଝିଅକୁ ପେଟ୍ରୋଲ ଢ଼ାଳି ମାରି ଦେଇଥିଲେ । ଆଖି ସାମ୍ନାରେ ଝିଅର ମୃତ୍ୟୁକୁ ବିରୋଧ କରିବା ସହିତ ଥାନାରେ ଏନେଇ କେସ୍‌ କରିଥିଲେ ମାଆ ଟୁନି ଦାସ୍‌ । ତେବେ ଥାନାରେ ମାମଲା ଦାୟର କରିବାରୁ ଗତ ୨୩ /୦୨/୨୩ ତାରିଖରେ ଟୁନିଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଖାଲି ଉଠାଇ ଥିଲେ ତାହା ନୁହେଁ ବରଂ ତାଙ୍କୁ ଦୁଷ୍କର୍ମ କରିବା ସହିତ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସସ୍ମିତା ଓ ବାପା ଦେବେନ୍ଦ୍ର ।