Advertisment

କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ?

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...

author-image
Kausik Mohapatra
ଅଦ୍ୟତନ ହୋଇଛି
undefined

bhadrak father daughter

ମାସେ ତଳେ ପତ୍ନୀର ପ୍ରାଣହାନୀ ହୋଇଥିଲା । ଆଉ ଏବେ ଅଢ଼େଇ ବର୍ଷର ଟିକିଝିଅକୁ ଧରି ନଦୀକୁ ଡେଇଁ ସ୍ୱାମୀ ନିଖୋଜ। ଭଣ୍ଡାରିପୋଖରୀ ଅଞ୍ଚଳର ଏହି ଘଟଣା ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରିଛି, ସେତିକି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ନଦୀକୁ ଡେଇଁବା ଆଗରୁ ସଂପୃକ୍ତ ବ୍ୟକ୍ତି ନିଜ ଭଉଣୀଙ୍କୁ ଫୋନ୍ କରିଥିଲେ। ଯାହାର ଅଡ଼ିଓ ଆଜି ସାମ୍ନାକୁ ଆସିଛି।

Advertisment

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ସୁନାର ସଂସାରଟିଏ, ଦିନେ କେତେ ଖୁସି ଆଉ ସରାଗରେ ଟିକିଝିଅ ସହ ଫଟୋ ଉଠାଉଥିଲେ ବାପା, ମା। ଆଜି ଏହି ଫଟୋ ଦେଖିଲେ ମନ ଭାରି ହୋଇଯାଉଛି । ଲୁହରେ ବତୁରିଯାଉଛି ଆଖି। ଆତ୍ମୀୟ ସ୍ୱଜନଙ୍କ ବୁକୁଫଟା କାନ୍ଦ ଦେଖିଲେ ସମସ୍ତଙ୍କ ଧୈର୍ଯ୍ୟହରା ହୋଇ ପଡୁଛନ୍ତି। କାହିଁକି ନା ପତ୍ନୀ ଚାଲିଯିବାର ମାସକ ପରେ କନ୍ୟା ସନ୍ତାନକୁ ଧରି ନଦୀକୁ ଡେଇଁପଡ଼ିଛନ୍ତି ସ୍ୱାମୀ।

Advertisment

ଭଦ୍ରକ ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି ଆଖୁଆପଦା ନିକଟ ବୈତରଣୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେତୁ ଉପରେ ପଡ଼ିରହିଛି ଚନ୍ଦନ ଓ କୁନି ଝିଅର ଚପଲ। ପାଖରେ ବାଇକ୍ ବି ସେମିତି ଥୁଆ ହୋଇଛି। ହେଲେ ମିଳିନି ଚନ୍ଦନ ଏବଂ ତାଙ୍କ ଝିଅର ସନ୍ଧାନ। ପରିବାର ଲୋକଙ୍କ ଠାରୁ ଖବର ପାଇବା ପରେ ଆଜି ଦିନ ତମାମ୍ ଏଭଳି ଖୋଜାଖୋଜି କରିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ। ଘରୁ ବାହାରିବା ପୂର୍ବରୁ ଫୋନ୍ କରି ଆଉ ଖୋଜାଖୋଜି ନକରିବାକୁ ବଡ଼ଭାଇ କହିଥିଲେ ବୋଲି ସାନଭାଇ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ତଳେ ମଂଜୁରୀ ଗାଁର ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ ଚନ୍ଦନ। ସୂତା ମିଲରେ କାମ କରୁଥିବା ଚନ୍ଦନ ଓ ଲକ୍ଷ୍ମୀପ୍ରିୟାଙ୍କ ଔରସରୁ ଜନ୍ମ ନେଇଥିଲା ଶିଶୁକନ୍ୟା। ପରବର୍ତ୍ତି ସମୟରେ ପାରିବାରିକ ଅଶାନ୍ତିକୁ ନେଇ ଚନ୍ଦନଙ୍କ ପତ୍ନୀ ସୁରତରେ ଗତ ମାସେ ତଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପତ୍ନୀର ମୃତ୍ୟୁ ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଫେରିଆସିଥିଲେ ଚନ୍ଦନ। ଏହି ମୃତ୍ୟୁକୁ ନେଇ ଶ୍ୱଶୁର ଘର ଓ ଚନ୍ଦନଙ୍କ ମଧ୍ୟରେ ଉପୁଜିଥିଲା ବିବାଦ।

ଚନ୍ଦନ ଅନ୍ୟ କାହାକୁ ବିବାହ କରିବେ, ସେହି ଆଶଙ୍କାରେ ଅଢ଼େଇ ବର୍ଷର ଝିଅ ନାଁରେ ୨ ଲକ୍ଷ ଟଙ୍କା ଫିକ୍ସଡ ଡିପୋଜିଟ୍ କରିବାକୁ କୁଆଡ଼େ ପଞ୍ଚାୟତ ବସି ସମାଧାନ ହୋଇଥିଲା। ଏହା ଭିତରେ ଏମିତି କ’ଣ ଘଟିଗଲା କେଜାଣି, ଶେଷରେ ଝିଅକୁ ଧରି ଗତ ରାତିରେ ବୈତରଣୀ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ଚନ୍ଦନ। ଆଉ ଡେଇଁପଡ଼ିବା ପୂର୍ବରୁ ଭଉଣୀକୁ ଫୋନ୍ କରି ଜଣାଇଥିଲେ।

ତେବେ ବାସ୍ତବରେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଚନ୍ଦନ ? ପତ୍ନୀଙ୍କ ବିଚ୍ଛେଦ ପରେ ଚନ୍ଦନ ମର୍ମାହତ ହୋଇ ଏଭଳି ଘଟଣା ଘଟାଇଲେ ? ନା ଝିଅ ନାଁରେ ୨ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ ପାଇଁ ପଞ୍ଚାୟତ ବୈଠକ ନିଷ୍ପତ୍ତି ଚାପରେ ରହି ଏଭଳି ପଦକ୍ଷେପ ନେଲେ ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ପଞ୍ଚାୟତ ପକ୍ଷରୁ କିମ୍ବା ଘଟଣାର ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Baitarani River Daughter Father
Advertisment
Advertisment