ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ।
ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।
ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି ।
ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ । ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ ।
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର।
ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
କୁହାଯାଏ ନା, ‘ବାପ୍ ବାପ୍ ହୋତା ହୈ ...’ ଘରେ ଥିଲା ସ୍ତ୍ରୀ । ହସଖୁସିରେ ପରିବାର ଚାଲିଥିଲା । ଦଶ ବର୍ଷର ବୈବାହିକ ସମ୍ପର୍କର ସାକ୍ଷୀ ସ୍ୱରୂପ ପୁଅଟିଏ ମଧ୍ୟ ଥିଲା । ଏହା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ପହଞ୍ଚି ଯାଇଥିଲା ପୁଅ ।
ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।
ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି।
ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।
ଟାଇଁ ଟାଇଁ ଖରାରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।
ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜଠୁ ବି ଆହୁରି ଅଧିକ ନିଜର କରିଛି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ।