• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶରୁ ବିଜୁଳି ବେଗରେ ଖସିଲା ଆକସ୍ମିକ ମୃତ୍ୟୁ। ବଜ୍ରପାତରେ ଚାଲିଗଲା ୫ଜଣଙ୍କର ଜୀବନ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବଜ୍ରାଘାତରେ ୪ ଜଣ ପ୍ରାଣ ହରାଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ମହାଦେବସରାଇ ଗାଁର ଥିବା ବେଳେ, ଅନ୍ୟମାନେ ବେଲଗାଁ ଓ ପଣସପଡ଼ାର ।

ଆହତମାନଙ୍କୁ ବସ୍ତା ଓ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେମାନେ ସମସ୍ତେ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତର ଶିକାର ହୋଇଥିବା ସୂଚନା ମିଳିଛି । ସେପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଫାଶିବନ୍ଧରେ ମଧ୍ୟ ଜଣେ ମହିଳାଙ୍କ ଜୀବନ ନେଇଛି ବଜ୍ରପାତ । ଟିଙ୍ଗିଟି ଗାଁର ୩ ଜଣ ଗୁରୁତର ଆହତ ହୋଇଛନ୍ତି।...

ସେପଟେ ରାଜ୍ୟରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ବର୍ତ୍ତମାନ ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।