ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।
କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା ।
ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।
ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା ।
ଡ୍ରୋନରେ ପହଁଚିଲା କରୋନା ଟିକା। ଆଇସିଏମଆର୍ ଡ୍ରୋନ୍ ଭିତ୍ତିକ ଟିକା ଯୋଗାଣ ମଡେଲ୍ ଆଇ ଡ୍ରୋନ୍ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।
ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ […]
ଭଦ୍ରକ : ଭଦ୍ରକରେ ଅଘଟଣ। ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ। ନେରଡ଼ା ନିକଟରେ ଗାଧୋଇଲା ବେଳେ ଏମାନେ ସମସ୍ତେ ବୁଡ଼ି ଯାଇଛନ୍ତି। ମୃତକ ବାଳକମାନେ ହେଲେ ଜଗନ୍ନାଥ ବୋଇତେଇ, ଦିପ୍ତିରଂଜନ ବୋଇତେଇ ଓ କୁନା ଭୋଳ। ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡିଛି। ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଏମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ […]