Advertisment

ପୂର୍ବତନ ବିଧାୟକଙ୍କର ଏ କି କାରନାମା, ଏକ ପରିବାରକୁ ମିଛ କେସରେ ଫସାଇବାକୁ ଷଡ଼ଯନ୍ତ୍ର

ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ପୀଡ଼ିତ ପରିବାରଙ୍କ ଧାରଣା

author-image
Prangyan Parimita
ଅଦ୍ୟତନ ହୋଇଛି
Bhadrak family accuses Ex- MLA

Bhadrak family accuses Ex- MLA

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ମିଛ କେସରେ ଫସାଇବାକୁ ଚକ୍ରାନ୍ତ କରିବା ସହ ଧମକଚମକ ଦେଉଥିବା ଅଭିଯୋଗକୁ ନେଇ ଅଡୁଆରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତଙ୍କ ବିରୋଧରେ ବାସୁଦେବପୁର କାଞ୍ଚିଖିଆ ଗାଁର ଏକ ପରିବାର ଅଭିଯୋଗ ଆଣିବା ସହ ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।

Advertisment

ଅଭିଯୋଗ ଅନୁଯାୟୀ, କାଞ୍ଚିଖିଆ ଗାଁର ଲିପିକା ବାରିକଙ୍କ ପରିବାର ଏବଂ ଆଉ ଏକ ଗୋଷ୍ଠୀ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିବା ବେଳେ ମାମଲା କୋର୍ଟ ଯାଏଁ ପହଞ୍ଚିଛି । କିନ୍ତୁ ଏହି ମାମଲାରେ ଅଯଥାରେ ମୁକ୍ତିକାନ୍ତ ମଣ୍ଡଳ ହସ୍ତକ୍ଷେପ କରିଥିଲେ । ଏହା ସହ ନିଜ ସହଯୋଗୀଙ୍କ ଜରିଆରେ ଧମକ ଚମକ ଦେଇ ମିଥ୍ୟା କେସରେ ଫସାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଲିପିକା ।

ତେଣୁ ତୁରନ୍ତ ନ୍ୟାୟ ଦାବି କରି ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ସପରିବାର। ତେବେ ଏସପିଙ୍କ ପ୍ରତିଶ୍ରୁତି ପରେ ଲିପିକା ଏବଂ ତାଙ୍କ ପରିବାର ଧାରଣାରୁ ଓହରିଥିଲେ। ଏନେଇ ମୁକ୍ତିକାନ୍ତ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।....

Advertisment
Dharna
Advertisment
Advertisment