ଆଗ ଚିଠି ଲେଖି ମାଲିକ ସଂଘକୁ ଧମକ ଦେଲେ...ତା ପରେ ବିଶ୍ରାମରେ ଥାଇ ବି ଆଖଡ଼ା ମଞ୍ଚରେ ଚଢ଼ିଲେ...ଯାହା କହିଥିଲେ ତାହା ହିଁ କଲେ ପୀୟୂଷ ତ୍ରିପାଠୀ।
ଯାତ୍ରା ଅଭିନେତା ତଥା କମେଡିଆନ୍ ଦୟା ମଧ୍ୟ ରାତ୍ରୀରେ ଅପେରା ମାଷ୍ଟର ଆସୋସିଏସନର ସଭାପତି ବିଜୟ ଦାସଙ୍କ ବାସ ଭବନ ଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି। ଖାଲି ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ରହିଛନ୍ତି. ତାଙ୍କର ଯେତେବେଳେ କମିଟି ବସିବ, ସେଠି ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ।
ଯାତ୍ରା ପେଣ୍ଡାଲକୁ ନିଶା ମହାରଣା ନଆସିବାରୁ ତୁମୁଳକାଣ୍ଡ । ରାଗିଗଲେ ଦର୍ଶକ । ଆଉ ଉଡିଲା ଚେୟାର । ଅପେକ୍ଷା କରି କରି ନିରାଶ ହୋଇ ଉତ୍ତ୍ୟକ୍ତ ହୋଇଛନ୍ତି ନିଶାଙ୍କ ଫ୍ୟାନ୍ସ ।
ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ, ତାଙ୍କୁ ଲୋକ ଲଗାଇ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ତାଙ୍କ ପାର୍ଟିରେ କାର୍ଯ୍ୟରତ ଜଣେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ, ଆଜି ମାମୁନି ସିଧା ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ। ସ୍ବାମୀଙ୍କୁ ସାଥିରେ ଧରି ସେ ମନ୍ତ୍ରୀଙ୍କୁ ଭେଟିବା ସହ, ନ୍ୟାୟ ଭିକ୍ଷା କରିଛନ୍ତି।
ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ ଜଣେ ଯାତ୍ରା ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀ ତାଙ୍କୁ ଲୋକ ଲଗାଇ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ତେବେ ମାମୁନୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାଣ୍ଡୁ ବାବୁ । ମାମୁନୀ ମିଛ କହୁଛନ୍ତି ବୋଲି ସେ କହିଛନ୍ତି ।
ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ଭୁ୍ୟାଁ ଯାତ୍ରାରୁ ଅବ୍ୟାହତି ନେଇଥିବା ନେଇ ଜୋରଦାର ଚର୍ଚ୍ଚା । ୨୦୨୫-୨୬ ବର୍ଷ ପାଇଁ ଯାତ୍ରା ସ୍ୱପ୍ନ ମହଲରେ ଷ୍ଟାର୍ କାଷ୍ଟ୍ ଫାଇନାଲ୍ ହୋଇଥିଲା । ନମିତା ଏଥିରେ ଥିଲେ କିନ୍ତୁ ଅଚାନକ ଏବେ ସେ ଏଥିରୁ ଆଉଟ୍ ହୋଇଥିବା କୁହାଯାଉଛି ।
କିଡନୀ ପ୍ରତିରୋପଣ ହେବାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକତା ଥିବାରୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ମାଗିଛନ୍ତି ମଞ୍ଜୁଶ୍ରୀ।
ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...
#ଥମିବ_କି_ଯାତ୍ରା_ବିବାଦ? ଯାତ୍ରା କଳାକାର ଓ ଯାତ୍ରା ମାଲିକ ବିବାଦ ଭିତରେ ମାଲିକ ସଂଘ ଉପସଭାପତିଙ୍କ ବଡ଼ ପ୍ରତିକ୍ରିୟା । ନରୀ ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିପାରେ ବୟକଟ୍ ।
ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ ।
ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର ।
ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି। କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଛନ୍ତି। କଳାକାରଙ୍କୁ ଯାତ୍ରା ପାର୍ଟିର ଜଣେ ପରିଚାଳକ ଚେତାବନୀ ଦେଇ କହିଛନ୍ତି ଆଜି କ୍ଷମା ନ ମାଗିଲେ କାଲି ରଙ୍ଗ ପାଉଡର ମାରିବା ସ୍ୱପ୍ନ ହୋଇଯିବ।
ଜୟନ୍ତି ମଲ୍ଲିକ , ସୋନାଲି ପଣ୍ଡା। ସୋସିଆଲ ମିଡିଆରେ ଦୁଇଟି ଚରିତ୍ର ଏବେ ଚର୍ଚ୍ଚାରେ। ଗୋଟିଏ ମା ନିଜ ପୁଅ ପାଇଁ ପୁରା ସରକାର କଳକୁ ହଲାଇ ଦେଇଥିବା ବେଳେ ଆଉ ଗୋଟିଏ ମା ନିଜ ଜୀବନକୁ ବିଳାସ ବ୍ୟସନରେ କଟାଇବା ପାଇଁ ୧୦ ବର୍ଷ ହେଲା ପୁଅକୁ ଛାଡି ଯାତ୍ରା ପାର୍ଟିରେ।
ଦୃଷ୍ଟି ବାଧିତ ଜୟନ୍ତି ମଲ୍ଲିକଙ୍କ ପୁଅ କେଶବଙ୍କ ଅପହରଣ ବେଶ ଚର୍ଚ୍ଚାରେ। ଭ୍ବନେଶ୍ବରର ରାମ ମନ୍ଦିର ସମ୍ମୁଖରୁ କେଶବକୁ ତା ମା କୋଳରୁ ଅପହରଣ କରିନେଥିଲେ ଅଭିଯୁକ୍ତ କେଦାରସନ।
ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ ।
ଯାତ୍ରାର କଳା ବାଦଲ ଭିତରେ ମରିଯାଛି ମା’ର ମମତା। ସବୁଦିନ ପାଇଁ ସୋନାଲି ଭୁଲି ଯାଇଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ। କେବଳ ସେତିକି ନୁହେଁ ଜନ୍ମକଲା ପୁଅକୁ ବି ପଚାରୁନି ମା’।
ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଛନ୍ତି 'ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍ । ଯେହେତୁ ମତେ ସାର୍ ମାନେ ଗୁରୁ ମାନେ କିଛି ଜଣାଇ ନଥିଲେ ଏବଂ ସେ ମିଡ଼ିଆରେ କହିଥିଲେ, ତେଣୁ ମୁଁ ମିଡ଼ିଆ ମାଧ୍ୟମରେ ଗୁରୁମାନଙ୍କୁ ଭୁଲ୍ ମାଗୁଛି, ମତେ କ୍ଷମା କରନ୍ତୁ ।'
ମୁଁ ମୋ ପାଇଁ କହି ନ ଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ, ଆମେ ବଞ୍ଚିବୁ କିପରି କହିଥିଲି। ସାର୍ମାନଙ୍କୁ ଆକ୍ଷେପ କରିବା ପାଇଁ କହି ନ ଥିଲି ବୋଲି ଦୟା କହିଛନ୍ତି ।
ସୋନାଲିଙ୍କ ସହିତ ନାଣ୍ଡୁ ବାବୁଙ୍କୁ ଥରେ ଦୁଇଥର ହୋଟେଲରେ ଦେଖିଛି ବୋଲି ଶ୍ରୀକ୍ଷେତ୍ର କହିଛନ୍ତି। ଏପରି ସମୟରେ ସେ ରୁମରୁ ବାହାରକୁ ପଳେଇ ଆସନ୍ତି ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏପରିକି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ମାରିବାକୁ ଧମକ ଦିଆ ଯାଇଥିଲା....
ଯାତ୍ରା କଳାକାର ସଂଘର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକ ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ଯବନିକା ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିଥିଲା। ଏଥିରେ ସମସ୍ତ କଳାକାର ଯୋଗ ଦେଇଥିଲେ। ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା।
ମୁଁ ସେହି ଲାଇଫକୁ ଆଉ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ ବୋଲି ସୋନାଲି କହିଛନ୍ତି।
ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍ଠୋକ୍ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ ।
ମୋ ପାଖରୁ ମୋ ଦାନା ଛଡାଇ ନିଆଗଲା । ସେମାନେ ମୋ ପାଖରୁ କଳାକୁ ଛଡାଇ ନେଲେ । ମୁଁ ନିରୁପାୟ ହୋଇ ଶ୍ରୀ ଜଗନ୍ନାଥଙ୍କ ଉପରେ ଭରସା ରଖିଛି । ଏହା କହିଛନ୍ତି ଯାତ୍ରା କଳାକାର ନରି ପଣ୍ଡା ।
ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ।
ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ ।