ବିଜେଡି ନେତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡିନାହିଁ। ମୃତ ସୁନିଲ ନାହାକଙ୍କ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିଲା।
ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍ ଫ୍ୟାରିସ କି କସମେଟିକ୍ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ ନିଆଯାଇଛି ନିଷ୍ପତ୍ତି । ସେଇଥି ଲାଗି ତ ସ୍କୁଲ ପରିସରରେ ତିଆରି ଚାଲିଛି ଏମିତି ପ୍ରସ୍ତୁତି ।
ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି।
ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା
ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।
ବିଜେଡି ନେତା ମଧୁସୂଦନ ବିଷୋୟୀଙ୍କ ହତ୍ୟାର ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଏହି ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ ।
ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ
ବ୍ରହ୍ମପୁର ବଡ଼ ମେଡିକାଲରେ ଜରା ବ୍ୟାଧିରେ ସଢୁଛନ୍ତି ୩ ଅସହାୟ । ପିଲା ଛୁଆ ଏମାନଙ୍କୁ ପର କରିଦେଲେ ।
ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ । ସଂପର୍କୀୟ ହେଲେ ଚଳିବ ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ କଲେ ବାସନ୍ଦ
ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।
ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।
ପ୍ରଫୁଲ୍ଲଙ୍କୁ ଘରେ ଆଣି ଛାଡ଼ିଥିବା ବ୍ୟକ୍ତି ସାଦା ପୋଷାକରେ ଥିବାରୁ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ପ୍ରଫୁଲ୍ଲ ଆଶଙ୍କା କରୁଛନ୍ତି।
5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ ।
ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।
ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।
ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।
ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ।
ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି।
ଦୀପିକାଙ୍କ ୩ ବର୍ଷର ଲଢ଼େଇରେ ଆସିଲା ବଡ଼ ଟୁଇଷ୍ଟ । ତାଙ୍କ ଗର୍ଭଜାତ ସନ୍ତାନ ଦିନେଶଙ୍କ ବୋଲି ଦର୍ଶାଇଲା DNA ରିପୋର୍ଟ । ଦିନେଶ ଏବେ ଆପଣାଇବେ ନା ଚାଲିବ ଆଇନଗତ ଲଢ଼େଇ ?
କୋର୍ଟ ଏବଂ ଓକିଲଙ୍କ ଆବଶ୍ୟକତା ଅନୁଯାୟୀ ରିପୋର୍ଟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏପଟେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସାମନାରେ ଦୀପିକା ପୁଣି ଧାରଣା ଦେଇଛନ୍ତି ।