Advertisment

ବିରୋଧ ଭୟ ! ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।

author-image
Satyendu Shekher Mishra
Ganjam BJP, Odisha Politics

Ganjam BJP, Odisha Politics

ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ । 5T ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ପୋଲିସ ନେଇଛି ଏଭଳି କାର୍ଯ୍ୟାନୁଷ୍ଠାନ । 5T ସଚିବଙ୍କୁ ବିରୋଧ ଆଶଙ୍କାରେ ବିଜେପି ନେତାଙ୍କୁ ଉଠାଇନେଇଛି ପୋଲିସ । ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକଙ୍କୁ ଉଠାଇନେଇଛି । ଏହାସହ ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।

Advertisment

ତେବେ ଆଜିଠୁ ୩ ଦିନିଆ ଗଂଜାମ ଗସ୍ତରେ ଯାଉଛନ୍ତି ଭି.କେ. ପାଣ୍ଡିଆନ୍। ତା ପୂର୍ବରୁ ଜିଲ୍ଲାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛି ଦଳ। ତାସହ ମାତ୍ର ୨ କିଲୋମିଟର ରସ୍ତାକୁ ଗାଡ଼ିରେ ନଯାଇ ହେଲିକେପ୍ଟରରେ ଯିବାକୁ ବି କଡା ଭାଷାରେ ସମାଲୋଚନା କରିବା ସହ ସରକାରୀ ଅର୍ଥରେ ଏହା ବିଜେଡି କାର୍ଯ୍ୟକ୍ରମ ବୋଲି ଆଭିଯୋଗ ଆଣି ବର୍ଷିଛି।

ଏମିତିକି ପାଣ୍ଡିଆନ୍‌ଙ୍କ ଗସ୍ତ ପୂର୍ବରୁ ବିଭିନ୍ନ ସ୍ଥାନରେ ବିରୋଧାତ୍ମକ ଲେଖା ଦେଖିବାକୁ ମିଳିଛି । ସଭାସ୍ଥଳଠାରୁ ରାସ୍ତାକଡ଼ । ଫାଇଭ-ଟି ସଚିବଙ୍କୁ ବିରୋଧ କରି କାନ୍ଥ ବାଡ଼ରେ ଲେଖାଯାଇଛି ସ୍ଲୋଗାନ । କନିଶି ବ୍ଲକ, ତହସିଲ ଅଫିସ୍, ଦୋକାନ ଘର, ସବୁଠି ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କ ବିରୋଧରେ ମାଳ ମାଳ ଲେଖା । ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।

Advertisment

ତେଣେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ରାଜ୍ୟରେ ଚାଲିଥିବା ସଚିବ ଶାସନ ବ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ଗଣତନ୍ତ୍ର ନା ଅମଲାତନ୍ତ୍ର ବଡ଼ ବୋଲି ପ୍ରଶ୍ନ କରିବା ସହ ସରକାରେ ବ୍ୟାପକ ଦୁର୍ନିତୀ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ତାସହ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।

BJD BJP Congress Odisha Politics
Advertisment
Advertisment