Advertisment

Priyanka Chopra In Odisha: ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି, ସୁଟିଂ ସେଟକୁ ଆସିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼।

author-image
Saroj Kumar Jena
undefined

priyanka

କାଲି ଭୁବନେଶ୍ବର ଏୟାରପୋର୍ଟରେ କ୍ୟାବିନ୍ କ୍ରୁଙ୍କ ସହ ଫଟୋ ପୋଜ୍, ଆଉ ଆଜି ସୁଟିଂ ସେଟକୁ ଯିବା ବେଳର ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଓଡ଼ିଶାରେ ପ୍ରିୟଙ୍କା କ୍ରେଜ୍। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼। ସେମାନଙ୍କୁ ହାତ ହଲାଇ, କାର୍ ରେ ଚଟାପଟ ବସି ପଡ଼ିଥିଲେ ପ୍ରିୟଙ୍କା। ଆଉ ସେପଟେ ନିଜ ଲିଡିଂ ଲେଡି ସହ ସୁଟିଂ ପାଇଁ, ସାଉଥ୍ ଷ୍ଟାର୍ ମହେଶ ବାବୁ ବି ବାହାରିଥିଲେ ଦେଓମାଳି କଟେଜରୁ।

Advertisment

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

ତଳମାଳି ପାଦ ଦେଶରେ ଗତ ଗୁରୁବାରଠୁ ଚାଲିଛି ହାଇବଜେଟ୍ ବହୁଭାଷୀ ସିନେମାର ସୁଟିଂ। ପ୍ରୋଜେକ୍ଟ ନାଁ ରହିଛି SSMB-29। ନିର୍ଦ୍ଦେଶନା ଦେଉଛନ୍ତି ବାହୁବଲୀ ଓ RRR ଫେମ୍ ଏସ୍.ଏସ୍ ରାଜାମୌଲି। ଡେରା ପକାଇଛନ୍ତି ୫ଶହରୁ ଅଧିକ କ୍ରୁ। ଦେଓମାଳି ରାସ୍ତାରେ ସାଇଁ ସାଇଁ ଧାଉଁଛି ଦାମୀ ଗାଡ଼ି। ତଳମାଳିରେ ଦୂରରୁ ଦିଶୁଛି ଅନେକ ତମ୍ବୁ, ଭିଜୁଆଲ୍ ଇଫେକ୍ଟ ପାଇଁ ଚିମନି ଭଳି ଉଚ୍ଚା ଉଚ୍ଚା ବ୍ଲୁ ସ୍କ୍ରିନ୍ ଟାୱାର୍। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏ ଅଞ୍ଚଳରେ ଫିଲ୍ମ ସୁଟିଂ ଚାଲିବ ୨୮ ତାରିଖ ଯାଏଁ। ଲୋକଙ୍କୁ ସେଠାକୁ ଯିବାକୁ ଅନୁମତି ନଥିଲେ ବି, ଦୂରରୁ ଏସବୁ ଜାକଜମକ ଦେଖି ଖୁବ୍ ଖୁସି ପର୍ଯ୍ୟଟକ। ଆଉ ସିନେ ପରଦାରେ ନିଜ ମାଟିର ଝଲକ ଦେଖିବାକୁ ମିଳିବ ଭାବି, ଖୁସିରେ ଉଛୁଳୁଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment

ପୂର୍ବରୁ କୋରାପୁଟରେ ଅନୁଷ୍କା ସେଟ୍ଟୀଙ୍କ ଅଭିନୀତ ଘାଟି ଏବଂ ମାଲକାନଗିରିର ଘଂଚ ଜଙ୍ଗଲରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-2ର ସୁଟିଂ ହୋଇଥିଲା। ଆଉ ଏବେ ଦେଓମାଳି ଓ ତଳମାଳିରେ ରାଜାମୌଲିଙ୍କ ଫିଲ୍ମ। ସାଉଥ୍ ସିନେ ଇଣ୍ଡଷ୍ଟ୍ରି ପାଇଁ ଓଡ଼ିଶା ଫେଭରିଟ୍ ଡେଷ୍ଟିନେସନ୍ ପାଲଟିଥିବା ବେଳେ, ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଓଡ଼ିଶାକୁ ସ୍ବାଗତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶାରେ ଫିଲ୍ମ ସୁଟିଂ ପାଇଁ ଅନେକ ଉପଯୁକ୍ତ ମନଲୋଭା ସ୍ଥାନ ରହିଛି ଏବଂ ଓଡ଼ିଶା ସରକାର ସମସ୍ତ ସହାୟତା ଓ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ। ଏହା ଓଡ଼ିଶା ପର୍ଯ୍ୟଟନକୁ ବଳ ଯୋଗାଇବ ଏବଂ ଓଡ଼ିଶାକୁ ଏକ ପ୍ରମୁଖ ସୁଟିଂ ଡେଷ୍ଟିନେସନରେ ପରିଣତ କରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

Priyanka Chopra SS Rajamouli Mahesh Babu
Advertisment
Advertisment