• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଜ୍ୟବସ୍ତୁରେ ହାତୀର ପ୍ରତିକୃତି ନିର୍ମାଣ କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ପ୍ରାୟ ୩୫ ହଜାର ପାଣି ବଟଲ ସଂଗ୍ରହ କରି ସେଥିରେ ହାତୀ ପ୍ରତିକୃତି ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ । ପରିବେଶ ସଫା ରଖିବା ସହ ବର୍ଜବସ୍ତୁକୁ ଏଣେ ତେଣେ ନ ପକାଇ ତାକୁ କାମରେ ଲଗାଇ ସମାଜକୁ ଦେଇଛନ୍ତି ନୂଆ ବର୍ତ୍ତା ।

"ସ୍ୱଚ୍ଛତା ହିଁ ପ୍ରକୃତ ସେବା"  ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ନୂଆ କରି ଦେଖାଇବାର ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ନିର୍ମାଣ କରିଛନ୍ତି ୨୧ ଫୁଟିଆ ହାତୀର ପ୍ରତିକୃତି ।  ଏଥିଲାଗି ୩୦ଟି ଗ୍ରୁପ କରି ବ୍ରହ୍ମପୁର ସହର ସମେତ ଆଖାପାଖ ଗାଁରୁ ୩୫ ହଜାର ପାଣି ବଟଲ ସଂଗ୍ରହ କରି ନିର୍ମାଣ କରିଛନ୍ତି ହାତୀର ଅବିକଳ ପ୍ରତିକୃତି ।

ପ୍ରଥମେ ଲୁହାପାତୀକୁ ୱେଲଡିଂ କରି ହାତୀର ଛାଞ୍ଚ ନିର୍ମାଣ କରିଥିଲେ ଛାତ୍ରଛାତ୍ରୀ । ପରେ ସେଥିରେ ଜାଲି ଦେଇ  ପାଣି ବଟଲ ଗୁଡ଼ିକୁ ଭରି ନିର୍ମାଣ କରିଛନ୍ତି ହାତୀ । ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଥିବା ଓପନ ସ୍କାଇ ସ୍କ୍ରାପ୍ ପାର୍କରେ ଏହାକୁ ରଖାଯାଇଛି ।

ITI ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ସହରରେ ପଡି ରହିଥିବା ଆବର୍ଜନାରୁ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଛାତ୍ରଛାତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସହରବାସୀଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ସେପଟେ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମ ପ୍ରେରଣାଦାୟୀ ବୋଲି କହିଛନ୍ତି । ସବୁବେଳ ଆଇଟିଆଇ ଛାତ୍ରଛାତ୍ରୀ କିଛି ନୂଆ କରିବାର ଅଭିଳାଶା ରଖନ୍ତି । ଆଉ କଲେଜର ଅଧ୍ୟପକ ଅଧ୍ୟାପିକା ବି ସେମାନଙ୍କୁ ଏଥିରେ ସହାୟତା କରନ୍ତି ବୋଲି ସେ କହିଛନ୍ତି ।

ବର୍ଜ୍ୟବସ୍ତୁରେ ନୂଆ ଉଦ୍ଭାବନ..୩୫ ହଜାର ପାଣିବଟଲରେ ନିର୍ମାଣ ହୋଇଥିବା ହାତୀର ପ୍ରତିକୃତି ଏବେ ସହରବାସୀଙ୍କ ସେଲଫି ପଏଣ୍ଟ ପାଲଟିଛି ।

  • Reported by:
  • JAGANATH SAHU