• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯଦି ବାହାହବେ ଗାଁ ଭିତରେ, ନହଲେେ ପୁରା ପରିବାରକୁ ନିଆଁ ପାଣି ବନ୍ଦ । ସଂର୍ପକୀୟ ହେଲେ ବି ଚଳିବ... ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହେଉ କି ଝିଅ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ । ଏପରି ଅଜବ ନିୟମକୁ ନେଇ ଏବେ ସବୁଠି ଚର୍ଚ୍ଚା । ସବୁଠୁ ଆଶ୍ଚର୍ଯ୍ୟର କଥା ନିଜ ଜାତିର ଝିଅକୁ ବିବାହ କରି ଗାଁରୁ ବାସନ୍ଦ ହେଲେଣି ଶତାଧିକ ପରିବାର ।

ଗଞ୍ଜାମର ତେଲେଙ୍ଗାକୂଳର ଝିଅ କିମ୍ବା ପୁଅ ନିର୍ଦ୍ଦିଷ୍ଟ ୨୦ଟି ଗାଁ ଛଡ଼ା ଅନ୍ୟ କେଉଁଠି ବିବାହ କଲେ କରାଯାଉଛି ବାସନ୍ଦ । ଏପରି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ନିକଟର ରଙ୍ଗେଇଲୁଣ୍ଡା ବ୍ଳକର ଭାଲିଆଗଡ଼ ଗାଁରେ । କେବଳ ବିବାହ ନୁହେଁ, ବାସନ୍ଦ ପରିବାର ସହ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଦେବାକୁ ପଡ଼ୁଛି ଫାଇନ୍ ।

କିଏ ନିଜ ମାଆଙ୍କୁ ଭେଟିପାରୁନି ତ କିଏ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ପାରୁନି । ସ୍ଥିତି ଏଭଳି ହେଲାଣି ଯେ ବିବାହ ୨୦ଟି ଗାଁ ଭିତରେ ସୀମିତ ରହୁଥିବାରୁ ନିଜ ଜାତିର ସଂପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଛି । ସ୍ଥାନୀୟ ଭାଲିଆଡ଼ର ଓ୍ୱାଇ.ଗଣପତି, ଆଜକୁ ୫ବର୍ଷ ହେଲା ମାଆଙ୍କୁ ଭେଟି ପାରିନାହାନ୍ତି । କାରଣ ସେ ନିୟମ ନମାନି ନିଜ ଉଚ୍ଚଶିକ୍ଷିତ ଝିଅକୁ ଅନ୍ୟତ୍ର ବିବାହ କରାଇଛନ୍ତି । ସେହିପରି ଆଉ ଜଣେ ହେଉଛନ୍ତି ଭାଲିଆଡ଼ର ବି.ଦାମୋଦର । ତାଙ୍କର ଭଉଣୀମାନେ ବିବାହିତା । କିନ୍ତୁ ସେ ବାସନ୍ଦ ହୋଇଥିବାରୁ ତାଙ୍କୁ ଏଥର ରାକ୍ଷୀ ବାନ୍ଧିନାହାନ୍ତି ଭଉଣୀ ।

କେବଳ ଏହି ଦୁଇ ପରିବାର ନୁହଁନ୍ତି, ବହୁ ଶିକ୍ଷିତ ପରିବାର ଏପରି ବାସନ୍ଦର ଶିକାର ହୋଇଛନ୍ତି । ସେମାନଙ୍କର ଅଭିଯୋଗ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏଭଳି ଅନ୍ୟାୟ କରୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ସେପଟେ ବ୍ରହ୍ମପୁର ଏସପି କହିଛନ୍ତି ଲୋକଙ୍କୁ ସଚେତନ କରାଯାଉଛି, ନବୁଝିଲେ କାର୍ଯ୍ୟାନୁଷ୍ଠାନ ହେବ ।

 

  • Reported by:
  • JAGANATH SAHU