Advertisment

ଅନ୍ତେବାସୀ ସାବଧାନ! ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ନନ ଲିନିୟର ଜଙ୍କସନ ଡିଟେକ୍ଟର-NLJD ଧରା ପକାଇଦେବ, ମୋବାଇଲ ବନ୍ଦ ଥିଲେ ବି ମେସିନରେ ଧରାପଡିଯିବ

author-image
Prangyan Parimita
ଅଦ୍ୟତନ ହୋଇଛି
High-tech device to curb cellphone use by prisoners in Berhampur circle jail

High-tech device to curb cellphone use by prisoners in Berhampur circle jail

ଏଣିକି ଜେଲରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲାଗିଲା ଅତ୍ୟାଧୁନିକ NLJD ମେସିନ୍ । ଏହି ମେସିନ ଦ୍ୱାରା ଖୋଜି ବାହାର କରିହେବ ମୋବାଇଲ। NLJD ବା ନନ ଲିନିୟର ଜଙ୍କସନ ଡିଟେକ୍ଟର ମେସିନ୍ ଦ୍ୱାରା କଏଦୀମାନେ ଯଦି ମୋବାଇଲ ଲୁଚାଇ ବ୍ୟବହାର କରୁଥିବେ ତେବେ ଏହି ମେସିନ୍ ଧରା ପକାଇଦେବ । ଏପରିକି ମୋବାଇଲ ବନ୍ଦ ହେଉ କିମ୍ବା ସିମ୍ ବାହାର କରି ଲୁଚାଇ ରଖିଥିବେ ତାହା ବି ଧରାପଡିବ।

Advertisment

ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜେଲ ଭିତରେ ରହି ବାହାରର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ । ଏହି ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା । ଟ୍ରେନିଂ ନେଇଥିବା କର୍ମଚାରୀ ମାନେ ଏହି ମେସିନକୁ ଜେଲ୍ କୋଠରୀ ଭିତରେ ବୁଲାଇ ଚେକିଂ କରିବେ । ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ ।

Advertisment

ସେହିଭଳି ଯଦି ମୋବାଇଲକୁ ବନ୍ଦ କରି ଖୋଲି ପାର୍ଟ ପାର୍ଟ କରି ରଖାଯାଇଇଛି ତେବେ ବି ତାହାର ସିମ୍ ଯେଉଁଠି ଥିବ ଏହି ମେସିନ ଦ୍ୱାରା ଜାଣିହେବ । ଯାହା ଫଳରେ ଜେଲ ମଧ୍ୟରେ ଲୁଚା ଛପାରେ ମୋବାଇଲ ବ୍ୟବହାରକୁ ଏହି ମେସିନ ରୋକି ପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Prisoners Jail
Advertisment
Advertisment