Advertisment

ସଂଘରେ ଫାଟ ସତ୍ତ୍ୱେ ଥମିନି ଶିକ୍ଷକ ଆନ୍ଦୋଳନ !

୩ଦଫା ଦାବି ପୂରଣ ନହେବା ଯାଏଁ ସ୍କୁଲ ନଫେରିବାକୁ ଚେତାବନୀ ।

author-image
Satyendu Shekher Mishra
undefined

Teacher Protest

ଶିକ୍ଷକ ଆନ୍ଦୋଳନ, ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା। କେଉଁଠି ତାଲା ତ ଆଉ କେଉଁଠି ଫଟୋରେ ବିଦ୍ୟାଦାତାଙ୍କୁ କରାଗଲା ଆରାଧନା। ଶିକ୍ଷକ ଆନ୍ଦୋଳନ ସ୍ଥଳରେ ବି ଗଜାନନଙ୍କ ପୂଜା ସମାପନ କରାଯାଇଛି। ଗଣେଶ ପୂଜା ପାଇଁ ଯେଉଁଠି ସ୍କୁଲ୍ ଚଳ ଚଞ୍ଚଳ ହେବା କଥା, ସେଠି ଆଜି ନାହିଁ ଉତ୍ସାହ କି ଉଦ୍ଦୀପନା। ରାଜ୍ୟ ତମାମ୍ ପ୍ରାଥମିକ ସ୍କୁଲରେ ଏଭଳି ସ୍ଥିତି। ଗଞ୍ଜାମ ବେଲଗୁଣ୍ଠାର ବାଲିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି।

Advertisment

ଛାତ୍ରଛାତ୍ରୀ ସକାଳୁ ନୂଆ ଡ୍ରେସ୍ ପିନ୍ଧି ସ୍କୁଲ୍ କୁ ଆସିଥିଲେ ଗଣେଶ ପୂଜା ପାଳନ କରିବାକୁ, ମାତ୍ର ଗେଟ୍ ରେ ତାଲା ପଡିଥିବାରୁ ମନ ଦୁଃଖରେ ଘରକୁ ଫେରିଥିଲେ। ସେପଟେ ସ୍କୁଲ୍ ନଆସି ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ଗଣେଶ ପୂଜା କରିଛନ୍ତି। ବରଗଡ଼ରେ ତ ଆନ୍ଦୋଳନ ସ୍ଥଳରେ ପୂଜା କରି ଶିକ୍ଷକମାନେ ସରକାର ବିରୋଧୀ ନାରା ଦେଇଛନ୍ତି।

ଜୟପୁର ସାନ ତେଲିସାହି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ କେବଳ ବିଧି ରଖିବାକୁ ଛୋଟ ଗଣପତିଙ୍କ ମୂର୍ତ୍ତି ସାଙ୍ଗକୁ ଫଟୋରେ ପୂଜାର୍ଚ୍ଚନା କରାଯାଇଛି । ପୁରୀ, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ସ୍କୁଲ୍ କୁ ନଯାଇ ଆନ୍ଦୋଳନସ୍ଥଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘଣ୍ଟ ହୁଳ ହୁଳି ପକାଇ ପୂଜା କରିଛନ୍ତି। କଣ୍ଟାବାଞ୍ଜିରେ ଶିକ୍ଷକ ଆନ୍ଦୋଳନସ୍ଥଳରେ ହୋଇଥିବା ଗଣେଶ ପୂଜାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ।

Advertisment

ଗତକାଲି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ହଠାତ୍ ଡାକି ସରକାର ଶିକ୍ଷକ ସଂଘ ସହ ଆଲୋଚନା କଲେ। ଏହାପର ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନ୍ଦୋଳନରୁ ଓହରିବାକୁ ଘୋଷଣା କଲା। ତେବେ ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ୮ଟି ସଂଘ କିନ୍ତୁ ଏବେବି ଆନ୍ଦୋଳନ ଜାରି ରଖିଛନ୍ତି। ଏଠି ପ୍ରଶ୍ନ ଶିକ୍ଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହେଲା କାହିଁକି? ବିଧାନସଭା ପୂର୍ବରୁ ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି ଆପଣାଇଲେ କି? ଶିକ୍ଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଚେଷ୍ଟା କରୁଥିଲେ ବି ସଫଳତା ମିଳିବନି ବୋଲି ଅନ୍ୟ ସଂଘଗୁଡିକ କହିଛନ୍ତି। 

୧୨ ଦିନ ବିତିଥିଲେ ବି ଶିକ୍ଷକ ଆନ୍ଦୋଳନ ଥମିନି। ସ୍କୁଲକୁ ଶିକ୍ଷକ ଯାଉନଥିବାରୁ ଶିକ୍ଷାଦାନ ପ୍ରଭାବିତ ହୋଇଛି। ଯାହାକି ସରକାରଙ୍କ ଟେନ୍‌ସନ୍‌କୁ ବଢାଇଛି।

Advertisment
Advertisment