Advertisment

ପ୍ରଫୁଲ୍ଲ ସାମନ୍ତରାଙ୍କ କିଡ୍‌ନାପ ପଛରେ କିଏ ? ୨୪ ଘଣ୍ଟା ପରେ ବି ଫିଟୁନି ରହସ୍ୟ

ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।

author-image
Satyendu Shekher Mishra
undefined

Prafulla Samantra

ରାୟଗଡ଼ାରୁ ଉଠାଇନେଲେ...ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ପ୍ରାୟ ୬ ଘଣ୍ଟା ଧରି କାହିଁକି ଓ କିଏ ଗାଏବ କଲା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ? ୨୪ ଘଣ୍ଟା ବିତିଲା, ସସପେନ୍ସ ଉପରୁ ହଟୁନି ପରଦା। ନା ପ୍ରଫୁଲ୍ଲ ଜାଣିପାରୁଛନ୍ତି ନା କେହି ସ୍ପଷ୍ଟ କରୁଛି। ଅପହରଣ ଅଭିଯୋଗ ପରେ ବି ପୋଲିସର ନିରବତାକୁ ନେଇ ବର୍ଷିବା ସହ କମ୍ପାନୀଗୁଡ଼ିକର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏହା ଷ୍ଟେଟ୍ ଟେରରିଜିମ୍ ବୋଲି କହିଛନ୍ତି।

Advertisment

ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀ କରି ପୋଲିସକୁ ଟାର୍ଗେଟ୍ କରିବା ସହ କହିଛନ୍ତି,ଗୁଣ୍ଡା ଭଳି ମୋ ସହ ବ୍ୟବହାର କରାଯାଇଛି। ମୋ ସ୍ୱାଧୀନତାରେ ହସ୍ତକ୍ଷେପ ହୋଇଛି, ମୋତେ ନ୍ୟାୟ ଦରକାର। ଏଥିପାଇଁ ସ୍ପିଡ୍ ପୋଷ୍ଟରେ ମୁଁ ଏତଲା ଦେଇଛି, ଯଦି ଅପହରଣ ପଛରେ ପୋଲିସର ହାତ ନାହିଁ ତେବେ କିଏ କରିଛି ପୋଲିସ ତଦନ୍ତ କରୁ ବୋଲି ଦାବି କରିଛନ୍ତି ପ୍ରଫୁଲ୍ଲ ସାମନ୍ତରା।

ବୁଧବାର, ଅପରାହ୍ନ ୩ଟା ୧୦ ମିନିଟ୍। ସାଦା ପୋଷାକରେ ଥିବା କିଛି ବ୍ୟକ୍ତି ପଶିଥିଲେ ରାୟଗଡ଼ାର ଏହି ହୋଟେଲର ୧୦୩ ନମ୍ବର ରୁମକୁ । ଯେଉଁଠି ରହୁଥିଲେ ପ୍ରଫୁଲ୍ଲ ସାମନ୍ତରା। ଆଉ ୧୦ ମିନିଟ୍ ଭିତରେ ତାଙ୍କୁ ସାଙ୍ଗରେ ନେଇ ବାହାରିଯାଇଥିଲେ। ତେବେ ପ୍ରଫୁଲ୍ଲଙ୍କୁ କୁଆଡ଼େ ନେଇଥିଲେ ? କୌଣସି ପତ୍ତା ମିଳିନଥିଲା। ଏପରିକି ତାଙ୍କ ମୋବାଇଲ ବି ସୁଇଚ୍ ଅଫ୍ ରହିଥିଲା।

Advertisment

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ଏକ ପ୍ରେସମିଟରେ ଯୋଗ ଦେଇଥାନ୍ତେ ପ୍ରଫୁଲ୍ଲ। ତା ପୂର୍ବରୁ ଅତି ରହସ୍ୟଜନକ ଭାବେ ଉଠାଇ ନିଆଯାଇଥିଲା ହୋଟେଲରୁ। ପ୍ରଫୁଲ୍ଲଙ୍କ କହିବା କଥା, ରାୟଗଡ଼ାରୁ ଏକ ଗାଡ଼ିରେ ହାତ ଓ ମୁହଁକୁ ବାନ୍ଧି ବ୍ରହ୍ମପୁର ଆଣିବା ସହ ରାତିରେ ତାଙ୍କ ଘରେ ଛାଡ଼ିଦେଇଥିଲେ।

ଏହି ଘଟଣା ପଛରେ ରାଜ୍ୟ ସରକାରଙ୍କୁ ନିଶାନା କରି କଂପାନୀମାନଙ୍କ ହାତରେ କାଠ କଣ୍ଢେଇ ହୋଇଯାଆନ୍ତୁନି ବୋଲି କହିଛନ୍ତି ପ୍ରଫୁଲ୍ଲ।

ତେବେ କାହିଁକି ଉଠାଇ ନିଆଯାଇଥିଲା ପ୍ରଫୁଲ୍ଲଙ୍କୁ ? ପ୍ରେସମିଟରେ ରାଜ୍ୟ ସରକାରଙ୍କ ବିରୋଧରେ ଖୋଲିଥାନ୍ତେ କି ଶିଳ୍ପ ନାଁରେ ନିରିହଙ୍କୁ ନିର୍ଯାତନାର ପୋଲ୍ ? କାରଣ ଗତ କିଛିଦିନ ହେବ ରାୟଗଡ଼ା କାଶୀପୁର ବ୍ଲକ ସୁଙ୍ଗେରୁ ଅଞ୍ଚଳର ପ୍ରସ୍ତାବିତ ସିଜମାଳି ଖଣି ଅଞ୍ଚଳରେ ଲାଗିରହିଛି ଜନ ଅସନ୍ତୋଷ। ଏକ ଠିକା ସଂସ୍ଥା ବିରୋଧରେ ସ୍ବର ଉଠାଇବାରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୧ ଜଣଙ୍କୁ ଉଠାଇ ନେଇଥିଲା ପୋଲିସ । ଏହି ପ୍ରସଙ୍ଗରେ ରାୟଗଡ଼ା ଟ୍ରେଡ୍ ୟୁନିୟନ କଂଗ୍ରେସ ଡାକିଥିଲା ସାମ୍ବାଦିକ ସମ୍ମିଳନୀ। ଯେଉଁଠି ଯୋଗଦେଇଥାନ୍ତେ ପ୍ରଫୁଲ୍ଲ ସାମନ୍ତରା।

ଏବେ ଅପେକ୍ଷା, ପ୍ରଫୁଲ୍ଲଙ୍କୁ ଅପହରଣ ଅଭିଯୋଗ ମାମଲା ପଛର ସତ କେବେ ସାମ୍ନାକୁ ଆଣୁଛି ପୋଲିସ।

Kidnapping Case Kidnapping
Advertisment
Advertisment