Advertisment

ପୂର୍ବତନ ମେୟରଙ୍କ କାର୍‌କୁ ବୋମାମାଡ଼, ଅଳ୍ପକେ ବଞ୍ଚିଲା ଜୀବନ

ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିବା ସୂଚନା

author-image
Prangyan Parimita
bombing

bombing

ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ କାର ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି ।

Advertisment

ଗତକାଲି ରାତି ପ୍ରାୟ ୧୦ଟାରେ ଶିବଶଙ୍କର ପୁଅ ଦେହ ଖରାପ ଥିବାରୁ ନିଜ କାରରେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍ କୁ ନେଇ ଚିକିତ୍ସା ପରେ ଘରକୁ ଫେରୁଥିଲେ।ବଡ଼ ମଠ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଚି ରହିଥିଲେ। ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।ଏନେଇ ଗୋଷଣିନୁଆଗାଁ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ମଧ୍ୟ ଶିବଶଙ୍କରଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା ।

ତେବେ ଗତ କିଛି ଦିନ ହେଲା ପୁଣି ଥରେ ଶିବ ଶଙ୍କର ଦାସ ରାଜନୀତିରେ ଆକ୍ଟିଭ ହେବା ଦେଖି କିଛି ଲୋକ ଅସହ୍ୟ ହୋଇ ଏଭଳି କରି ଥାଇ ପାରନ୍ତି ବୋଲି ସେ କହିଛନ୍ତି ।

Advertisment
Bomb Attack
Advertisment
Advertisment