ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।
ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା ।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।
ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା।
ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l
ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍ଦାର ହୋଇଛି ରେସ୍କ୍ୟୁ ଅପରେସନ୍। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’।
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ। ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି। ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି।
ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !
ସବୁଠି ତାଉ ଖାଉଛି ପରିବା ଦର। ୭୦, ୮୦ ଟଙ୍କା ତଳକୁ ଯେପରି ପରିବା ବଜାରରେ ମିଳୁ ହିଁ ନାହିଁ। ଏମିତି କି ରୋଷେଇ ଘରରଅତି ଆବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି।
ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ ।
ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।
ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ ।
ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।
ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି ।
କାର୍ର ଆଗ ଓ ପଛରେ ବିଜେଡି ଲୋଗୋ ଲାଗିଛି। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍କୁ ଧରିଥିଲା। ଏଥିରୁ ୮୪ କିଲୋ ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।
ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।
ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ?
ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।
ଆକ୍ରମଣ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେଳ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ ପହଞ୍ଚିଛି।