• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏବେ ବି ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜେଡି । ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ୍ କଲା ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ । ଆଉ ଏ ଫଟୋ ଭାଇରାଲ୍ ହେବା ପରଠୁ ବଢ଼ିଛି ରାଜନୈତିକ ଚର୍ଚ୍ଚା । ଏମିତିକି ବିଧାୟକ ସାରଦା ବି କହିଛନ୍ତି, ଏବେ ବି ଦଳ ସହ ପାଣ୍ଡିଆନ୍ ଅଛନ୍ତି, ତାଙ୍କ କ୍ରେଜ୍ ବି ଅଛି । ପ୍ରତିକ୍ରିୟାରେ ବିଜେପି କହିଛି ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ଦଳକୁ ଛାଡ଼ିବେନି ତାମିଲ ବାବୁ ।

ଅଧିକ ପଢ଼ନ୍ତୁ: ତାରା ବାହିନୀପତି ୭ ଦିନ ସସପେଣ୍ଡ

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ, ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା । ସ୍ୱୀକାର କଲେ ବିଜେଡି ବିଧାୟକ । ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ ।

ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା । ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।

ନିକଟରେ ବଜେଟ ଅଧିବେଶନ ଆରମ୍ଭ ବେଳେ ଗୃହ ଅଚଳ ନେଇ ବି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୃହକୁ ବନ୍ଦ କରୁଛି । ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ଏଠି ପ୍ରଶ୍ନ ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ବିଜେଡିକୁ ଛାଡ଼ି ପାରୁ ନାହାନ୍ତି ପାଣ୍ଡିଆନ । ଆଉ ଦଳ ବିପର୍ଯ୍ୟାୟର କାରଣ କହୁଥିଲେ ବି କାହିଁକି ପାଣ୍ଡିଆନକୁ ଛାଡ଼ି ପାରୁ ନାହାନ୍ତି ନବୀନ । ନବୀନ କି ବିଜେଡିର କିଛି ସିକ୍ରେଟ ରଖିଛନ୍ତି କି ପାଣ୍ଡିଆନ୍ ?

ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ । ଦେଖିବାର କଥା ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ଆଗକୁ ଆସୁଛନ୍ତି ।

ଅଧିକ ପଢ଼ନ୍ତୁ: ଗୃହ ଆରମ୍ଭରୁ ହୁଲସ୍ତୁଲ; ହାତାହାତି ହେଲେ ଜୟନାରାୟଣ-ତାରା, ଏମିତି କେବେ ହୋଇନଥିଲା କହିଲା ବିଜେଡି

  • Reported by:
  • JAGDISH DAS , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now