Advertisment

ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବଙ୍କ ଗୋଷ୍ଠୀ ସହ ଝଗଡ଼ା ପରେ ଦଳରୁ ବିଦା ହେଲେ ବିପିନ

ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD, Digapahandi

BJD, Digapahandi

ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବିପିନ ପ୍ରଧାନ ବିଦା । ବିଜେଡି ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ନୋଟିସ ହୋଇଛି । ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଉତ୍ତେଜନା ଦେଖାଦେଇଥିଲା । ବିଜେଡିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଆର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

Advertisment

ଗତକାଲି ଭୋଟ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ମାନେ ରାସ୍ତା ରୋକ କରିବା ସହ ହୋ ହାଲ୍ଲା କରିଥିଲେ । ଏହାକୁ ନେଇ ବିଜେଡି ପକ୍ଷରୁ ଏହି କଠୋର ପଦକ୍ଷେପ ନିଆଯାଇଛି । ଦୁଇ ମାସ ପୂର୍ବରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାର ଥିଲା। ହେଲେ ଭୋଟ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

ପୁରା ଘଟଣାଟି ହେଲା, ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗଞ୍ଜାମ ଦିଗପହଣ୍ଡିରେ ଗତକାଲି ହଙ୍ଗାମା ହୋଇଥିଲା । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ହୋ ହଲ୍ଲା ନାରାବାଜି ସହ ଟାୟାର ଜାଳି ଅସନ୍ତୋଷ ଜାହିର କରିଥିଲେ ବିପିନଙ୍କ ଗୋଷ୍ଠୀ । ବ୍ୟାରିକେଡ ବି ଭାଙ୍ଗିଥିଲେ । ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ ବି କରିଥିଲେ । ଏସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି ।

Advertisment

ଗତକାଲି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନେଇ ପୂର୍ବରୁ ବିଜ୍ଞପ୍ତି ଜାରି ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାକୁ ସ୍ଥଗିତ ରଖାଯାଇଥିବା ଅଭିଯୋଗ ଆଣି ତାତି ଉଠିଥିଲେ ବିପିନ ପ୍ରଧାନଙ୍କ ସମର୍ଥକ । ଆଉ ଭିଆଇଥିଲେ ଲଙ୍କାକାଣ୍ଡ। ପୂର୍ବରୁ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ପ୍ରଶ୍ନ ଉଠାଇବା ସହ ଉପରେ ପ୍ରେସର ଯୋଗୁ ଏଭଳି ଘଟଣା ଘଟିଲା ବୋଲି କହି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ଆଡ଼କୁ ଇଙ୍ଗିତ କରିଥିଲେ ବିପିନଙ୍କ ସମର୍ଥକ। ତାସହ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ କଥା ଉଠାଇ ଅସନ୍ତୋଷ ଜାହିର କରିଥିଲେ ।

ସୁନୀତା ସେଠୀଙ୍କ ପରଲୋକ ପରଠୁ ଗତ ୨ ମାସ ହେଲା ଖାଲି ପଡ଼ିଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ। ଆଉ ୨୫ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଜି ମତଦାନ ହେବାର ଥିଲା। କିନ୍ତୁ କିଛି ସମିତି ସଭ୍ୟ ନିଖୋଜ ରହିଛନ୍ତି ଏବଂ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା କରି ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା ଆଧାରରେ ନିର୍ବାଚନକୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ ସ୍ଥଗିତ ଘୋଷଣା କରିଛନ୍ତି।

ଏହି ଉପ ନିର୍ବାଚନ ପାଇଁ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଲାଗି ଚାଲିଥିଲା ଛକାପଞ୍ଝା। କାରଣ ଯେଉଁ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇବେ, ଆସନ୍ତା ସାଧାରଣ ନିର୍ବାଚନବେଳେ ତାଙ୍କର ଦବଦବା ରହିବ । ତା’ସାଙ୍ଗକୁ ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ଯୋଗୁ ତାଙ୍କୁ ଟିକଟ ମିଳିବ ନା ନାହିଁ, ତାକୁ ନେଇ ନାନା ଚର୍ଚ୍ଚା ଭିତରେ ଉଭୟେ ଜଣେ ଜଣେ ଟିକଟ ଆଶାୟୀ । ତେଣୁ କଳବଳ କୌଶଳ ଖଟାଇ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଲାଗିପଡ଼ିଛନ୍ତି ବିପ୍ଲବ ପାତ୍ର ଓ ବିପିନ ପ୍ରଧାନ ଗୋଷ୍ଠୀ। ଆଉ ଏହାକୁ ନେଇ ଲାଗିରହିଥିବା ଶୀତଳ ଯୁଦ୍ଧ ଭିତରେ ଆଜି ନିର୍ବାଚନ ସ୍ଥଗିତ ହେବା ପରେ ବିପିନଙ୍କ ଗୋଷ୍ଠୀ ଉଗ୍ର ହୋଇଛନ୍ତି।

BJD Odisha BJP Odisha Politics Digapahandi
Advertisment
Advertisment