/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695041728.jpg)
Ganesh Puja
ସ୍କୁଲ ଅଗଣାରେ ଏକାଠି ରୁଣ୍ଡ ହୋଇଛନ୍ତି ସ୍କୁଲ ପିଲା । କାଦୁଅ ମାଟିକୁ କେମିତି ଚକଟି ମୂର୍ତ୍ତି ତିଆରି କରାଯିବ ସେନେଇ ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି ଶିକ୍ଷକ । ହେଲେ ଗଣେଶ ମୂର୍ତ୍ତି ତ ପ୍ରତିଥର କାରିଗର ଗଢେ । କୁନି କୁନି ପିଲାଙ୍କୁ ମୂର୍ତ୍ତି ଟ୍ରେନିଂ କାହିଁକି ଦିଆଯାଉଛି ? ତାଲିମ ପଛରେ ଥିବା ମହାନ ଉଦ୍ଦେଶ୍ୟ ଜାଣିଲେ ଆପଣ ବି ସଲାମ୍ କରିବାକୁ ବାଧ୍ୟ ହେବେ ।
ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍ ଫ୍ୟାରିସ କି କସମେଟିକ୍ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ ନିଆଯାଇଛି ନିଷ୍ପତ୍ତି । ସେଇଥି ଲାଗି ତ ସ୍କୁଲ ପରିସରରେ ତିଆରି ଚାଲିଛି ଏମିତି ପ୍ରସ୍ତୁତି ।
ବିଶେକ କରି ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଇଁ ବ୍ରହ୍ମପୁର ସବୁଜ ବାହିନୀର ନୂଆ ପ୍ରୟାସ । ମାଟିରେ ତିଆରି ଗଣେଶ ଓ ଜଳକୁ ଦୂଷିତ ନକରିବା ଭଳି କଲର ବ୍ୟବହାର କରି ଗଣେଶ ପୂଜା କରିବା ପାଇଁ ସ୍ଥିର କରାଯାଇଛି । ସହରର ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଇକୋ ପ୍ରେଣ୍ଡଲି ଗଣେଶ ତିଆରି ପାଇଁ ଶେଷ ପର୍ଯ୍ୟାୟରେ ପିଲାଙ୍କୁ ଟ୍ରେନିଂ ଦିଆଯାଇଛି ।
କେମିତି ପରିବେଶ ପ୍ରଦୂଷଣ ନହେବ ସେଇଥି ପାଇଁ ନୂଆ ତରିକାରେ ପୂଜା କରିବାକୁ ଚିନ୍ତା କରାଯାଇଥିଲା । ଆଉ ପିଲା ବି ବେଶ୍ ଆଗ୍ରହର ସହ ତିଆରି କରିବାରେ ଲାଗି ପଡିଥିଲେ ଗଣେଶ ମୂର୍ତ୍ତି । ସ୍କୁଲର ପାଖାପାଖି ୫୦ରୁ ଅଧିକ ପିଲା ମାଟି ସହ କେମିତି ପ୍ରାକୃତିକ ଉପାୟରେ ରଙ୍ଗ ହେବ ସେନେଇ ନେଇଥିଲେ ତାଲିମ୍ । ଏବେ କେବଳ ଅପେକ୍ଷା ବିଘ୍ନ ବିନାଶକଙ୍କ ଆବାହନକୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)