• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ବିଜେଡି କର୍ମୀ । ଅଣ୍ଡାମାଡ଼ ସହ ପାଣି ବୋତଲ ମଧ୍ୟ ଗାଡ଼ି ଉପରକୁ ଫିଙ୍ଗିଛନ୍ତି ବିଜେଡି କର୍ମୀ । ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଛନ୍ତି ବିଜେଡି କର୍ମୀ ।

ଲାଞ୍ଜିପଲି NH ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଜୋରଦାର ବିରୋଧ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି । ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । 5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।

ଏହି ସମୟରେ ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ ବିଧାୟକ । ସେଠାରେ ବେଶ କିଛି ସମୟ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାର କିଛି ସମୟ ପରେ ବିଜେଡି କର୍ମୀ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ଆଦି ଫିଙ୍ଗିଛନ୍ତି ।

ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି । ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍‌ ମଧ୍ୟ ରହିଛି । ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍‌ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି ।’

ତେବେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଯାହା କହିଥିଲେ ଠିକ୍‌ ସେହିଭଳି ଘଟଣା ଆଜି ଘଟିଛି । ବିଜେଡି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କିଛି ବିଜେଡି କର୍ମୀ ତାଙ୍କ କାର୍ ଆଗକୁ ଦୌଡ଼ି ଆସିବା ସହ ତାଙ୍କ କାର ଉପରେ ମଧ୍ୟ ଚଢ଼ି ଯାଇଥିଲେ । ସେଠାରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।