Advertisment

ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା, ଫୋନ୍‌ରେ କଥା ହେଉଥିବା ବେଳେ ମୁଣ୍ଡକୁ ପିଟି ମାରିଦେଲେ !

ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Child Welfare Committee member bludgeoned to death in Berhampur

Woman Child Welfare Committee member bludgeoned to death in Berhampur

ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ଦୁର୍ବୃତ୍ତ ଜଣଙ୍କ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୌଦାମିନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଘଟଣାସ୍ଥଳରେ ଟାଉନ ଥାନା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ସୌଦାମିନୀଙ୍କ 
ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ବେଙ୍ଗାଲୁରୁରେ ରହୁଥିବା ସୌଦାମିନୀଙ୍କ ପୁଅ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। 

Advertisment
Murder
Advertisment
Advertisment