• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି । ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । 5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ ।

ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି । ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍‌ ମଧ୍ୟ ରହିଛି । ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍‌ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି ।’

ତେବେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଯାହା କହିଥିଲେ ଠିକ୍‌ ସେହିଭଳି ଘଟଣା ଆଜି ଘଟିଛି । ବିଜେଡି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କିଛି ବିଜେଡି କର୍ମୀ ତାଙ୍କ କାର୍ ଆଗକୁ ଦୌଡ଼ି ଆସିବା ସହ ତାଙ୍କ କାର ଉପରେ ମଧ୍ୟ ଚଢ଼ି ଯାଇଥିଲେ । ସେଠାରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।