Advertisment

ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା

ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟ ମୂର୍ତ୍ତିର ଚାହିଦା। ମାର୍କେଟ୍‌ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ପିଓପି ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ଗଲାଣି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Plaster Of Paris Ganesh Idols

Plaster Of Paris Ganesh Idols

ଓଡ଼ିଶା ମାଟିରେ ପଡ଼ିଶା ରାଜ୍ୟରୁ ପ୍ରସ୍ତୁତ ମୂର୍ତ୍ତିର ଚାହିଦା ବଢବାରେ ଲାଗିଛି। ମାର୍କେଟ୍‌ ସାରା ଯୁଆଡ଼େ ଦେଖିବେ ସିଆଡ଼େ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି। ଛୋଟ ଠାରୁ ବଡ଼ ମୂର୍ତ୍ତି, ଏବେ ଗଣେଶ ମୂର୍ତ୍ତି ମାକେର୍ଟ ସାରା ଛାଇ ହୋଇଯାଇଛି। ଆସୁଛି ଗଣେଶ ପୂଜା। ପୁରପଲ୍ଲୀଠାରୁ ସହର ଯାଏ ସବୁଠି ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ। କିନ୍ତୁ ଓଡ଼ିଶାର ମୂର୍ତ୍ତି କାରିଗରଙ୍କ ମାଟି ମୂର୍ତ୍ତିର ଚାହିଦାକୁ ଦେଖି ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମହାରାଷ୍ଟ୍ର ରାଜସ୍ଥାନ ଓ କୋଲକାତାର ମୂର୍ତ୍ତି କାରିଗରମାନେ ନିଜ ମୂର୍ତ୍ତି ପସରା ମେଲାଇବାରେ ଲାଗିଛନ୍ତି। ଆଉ ମାଟି ମୂର୍ତ୍ତି ବଦଳରେ ପିଓପି ବା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ବିକ୍ରୟ ପାଇଁ ପସରା ମେଲିଛନ୍ତି। ଯେଉଁଥିପାଇଁ ଆମ ଦେଶୀ କାରିଗର ଆଉ ପାରମ୍ପରିକ ମୂର୍ତ୍ତି କଳାର ଚାହିଦା କମିବାକୁ ଲାଗିଛି। 

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗରରେ ବି ବେଶ୍‌ ଚାହିଦା ରହିଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି। ବ୍ରହ୍ମପୁରର ମୁଖ୍ୟ ମାକେର୍ଟ ଗିରି ମାକେର୍ଟ, ସାନ ବଜାର, ବଡ଼ ବଜାରଠାରୁ ଆରମ୍ଭ କରି ସବୁ ଛୋଟ ବଡ଼ ମାକେର୍ଟରେ ପସରା ଖୋଲିଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି ଦୋକାନ। ଛାଞ୍ଚ ତିଆରି ଏହି ମୂର୍ତ୍ତି ଗୁଡ଼ିକର କଲର, ଫିନିଶିଂ ଏତେ ସୁନ୍ଦର ଯେ, ଦେଖିଲେ ଆଖି ଲାଖି ହୋଇଯାଉଛି।

ଛୋଟ ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ୧୦ରୁ ୧୨ ଫୁଟିଆ ମୂର୍ତ୍ତି ସବୁ ମିଳୁଛି ରେଡିମେଡ୍‌। ୨୫ଟଙ୍କାଠାରୁ ଆରମ୍ଭ କରି ୨୫ ହଜାର ଟଙ୍କାର ମୂର୍ତ୍ତି ମଧ୍ୟ ମିଳୁଛି। ଆଉ ଏଗୁଡ଼ିକ ଟ୍ରକ୍‌ ଯୋଗେ ମାକେର୍ଟକୁ ‌ଆସୁଛି ପଡୋଶୀ ରାଜ୍ୟରୁ। ପୂଜା ସିଜନ୍‌ ଆସିଲେ ଲୋକଙ୍କ ଡିମାଣ୍ଡକୁ ଧରି ବଡ଼ ବଡ଼ ଜାଗାରେ ମୂର୍ତ୍ତି ଦୋକାନ ଖୋଲି ବସନ୍ତି ସିଜନ୍‌ ବେପାରୀ। ଏହି ମୂର୍ତ୍ତି ଗୁଡ଼ିକର କର୍ଲ‌, ଫିନିସିଂ ବହୁତ ସୁନ୍ଦର। ରେଡିୟମ କଲର ମୂର୍ତ୍ତି ଠାରୁ ଆରମ୍ଭ କରି ଲାଲବାଗଚା ରାଜା ମୂର୍ତ୍ତି, ବାଲ୍‌ ଗଣେଶ ମୂର୍ତ୍ତି ନେବାକୁ ଲୋକ ମାନେ ପସନ୍ଦ କରୁଛନ୍ତି।

Advertisment

ଗତ ବର୍ଷ ଠାରୁ ଏଥର ଗଣେଶ ପୂଜାକୁ ମାହୋଲ ବି ଜୋର ଧରିଛି ବୋଲି ବ୍ୟବସାୟୀ କହିଛନ୍ତି। ସେପଟେ ଓଡ଼ିଶା କାରିଗରଙ୍କ ଯାଦୁକରୀ ହାତରେ ତିଆରି ହୋଇଛି ମୂର୍ତ୍ତି। ଗଣେଶ ପୂଜା ପାଖେଇ ଆସୁଥିବା ବେଳେ ମୂର୍ତ୍ତି ତିଆରି କରିବାରେ ନିମଗ୍ନ ଶିଳ୍ପୀ। କେବଳ ଶିଳ୍ପୀ କାମରେ ଲାଗିଛନ୍ତି ହେଲେ ଗ୍ରାହକ ନାହାନ୍ତି। ବ୍ରହ୍ମପୁର ଗେଟ ବଜାର କେନାଲ ସାହି ଅଞ୍ଚଳରେ ତିଆରି ଚାଲିଛି ମୂର୍ତ୍ତି। ନଡ଼ା,ପାଳ, ଝୋଟ, କପଡ଼ା ଓ ମାଟିରେ ତିଆରି ହେଉଛି ଏହି ମୂର୍ତ୍ତି। କଟକ, ଢ଼େଙ୍କାନାଳରୁ କାରିଗର ଆସି ବହୁତ କଷ୍ଟରେ ତିଆରି କରନ୍ତି ଏହି ମୂର୍ତ୍ତି ଗୁଡ଼ିକୁ। ଅତି ସତର୍କତାର ସହ ନିଜର ଯାଦୁକାରୀ ହାତ ସ୍ପର୍ଶରେ ଜୀବନ୍ତ କରିବାକୁ ଚେଷ୍ଟା କରିଥାନ୍ତି। ଏଠାରେ ଏମାନେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ମୂର୍ତ୍ତି ତିଆରି କରି ଆସୁଛନ୍ତି।

ଦିନେ ଯେଉଁଠି ୨୦ରୁ ଉର୍ଦ୍ଧ୍ୱ ମୂର୍ତ୍ତି କାରିଗର ରହି କାମ କରି ପେଟ ପୋଷୁଥିଲେ। ଏବେ ମାତ୍ର ୫ରୁ ୬ଜଣ। କାରଣ ଲୋକ ଆଉ ଆସୁ ନାହାନ୍ତି ହାତ ତିଆରି ମୂର୍ତ୍ତି କରିବା ପାଇଁ। ନିୟମ ଅନୁସାରେ, ମାଟିରେ ତିଆରି ମୂର୍ତ୍ତି ହିଁ ପୂଜା କରିବା ବିଧି ରହିଛି। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି କେବଳ ଛାଞ୍ଚରେ ତିଆରି। ପ୍ଳାଷ୍ଟର ଅଫ୍‌ ପ୍ୟାରିସ୍‌ ପାଣିରେ ମିଶୁନଥିଲେ ବି ଲୋକେ ସୁନ୍ଦର ଶସ୍ତା ଦେଖି ମୂର୍ତ୍ତି କିଣୁଥିବାରୁ ଏଠି କାରିଗର ହଇରାଣ ହେଉଛନ୍ତି। ରାଜ୍ୟ ସରକାର ଏହି ମୂର୍ତ୍ତି ଗୁଡ଼ିକ ଉପରେ ଆନ୍ଧ୍ର ଓ ମହାରାଷ୍ଟ୍ର ଭଳି ବ୍ୟାନ୍‌ ଲଗାଇବାକୁ ଆବଶ୍ୟକ ବୋଲି କହିଛନ୍ତି।

Ganesh Idols
Advertisment
Advertisment