ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ଜନ୍ମମାଟିକୁ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ୍...ଗାଁଠୁ ଶିକ୍ଷାନୁଷ୍ଠାନରେ ବ୍ୟାପକ ପ୍ରସ୍ତୁତି
ବାରିପଦା MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।
ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ନିଦରେ ଶୋଇଗଲେ ରେଲ୍ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍, ଆଉ ଭୁଲିଗଲେ ଟ୍ରେନ୍କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍ ଟ୍ରେନ୍ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍ ଟ୍ରେନ୍ ଚଲାଇ ଥିଲେ।
ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଲେ।
ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।
ବାରିପଦା-ବେତନଟୀ ରାସ୍ତାରେ ବସ୍ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍ ଓଲଟି ପଡ଼ିଥିଲା।
କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।
ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।
ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।
ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି ।
ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି।
ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା ।
୪ ଦିନ ହେଲା ନିଖୋଜ ଥିଲେ ସରପଞ୍ଚଙ୍କ ସ୍ତ୍ରୀ। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିପାରୁ ନଥିଲା। ଶେଷରେ ନିଜ ଘର କୂଅରୁ ମୃତଦେହ ଉଦ୍ଧାର କରାଯାଇଛି।
ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି।
ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।
ଇଚ୍ଛାଶକ୍ତି ଥିଲେ ବାହାନା ନୁହେଁ ବରଂ ବାଟ ଦେଖାଏ। ଆଉ ନିଷ୍ଠା ଥିଲେ କେମିତି ସଫଳତା ମିଳେ ତାହା ଶିଖନ୍ତୁ ଏଇ ପିଲାଙ୍କଠୁ..
ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସ ବ୍ୟବହାର କରୁଥିଲେ। KYC ଓ ସିମ୍କାର୍ଡର ବ୍ଲକ୍ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ।
ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ।
ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି।
ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।