/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690685666.jpg)
12 Kanwarias injuries
ପୁଣି ଦୁର୍ଘଟଣା ହେଲା କାଉଡ଼ିଆଙ୍କ ଗାଡ଼ି । NH ୨୦ ଗୋହିରା ନିକଟରେ କାଉଡିଆଙ୍କ ଗାଡି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
Advertisment
ସୂଚନା ମୁତାବକ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା । ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି ।
ସେଥିରେ ଥିବା ୧୨ ଜଣ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)