• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ଦିଆଯାଉଛି ମୁଢ଼ି । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ୍ ଅଂଚଳର ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ମୁଢ଼ି । ଏଠାରେ ୨ ଦିନ ହେଲା ପିଲାମାନଙ୍କୁ ଭାତ ବଦଳରେ ମୁଢି  ଦିଆଯାଉଛି I

ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢି ଓ ଡାଲି ଖାଇବାକୁ ଦିଆଯିବାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଭାବକମାନେ ବ୍ଲକ  ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ I ସ୍କୁଲ କର୍ତୁପକ୍ଷଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି I ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ତରକାରୀ ପରି ପୃଷ୍ଟି କର ଖାଦ୍ୟ ଦେବାକୁ ନିୟମ ଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ନେଇ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ମାଳତୀ ଟୁଡୁ ପ୍ରତିଶ୍ରୁତି ଦେଇଛନ୍ତି ।

ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ତରକାରୀ ପରି ପୃଷ୍ଟିକର ଖାଦ୍ୟ ଦେବାକୁ ନିୟମ ରହିଥିବା ବେଳେ ସ୍କୁଲ କର୍ତ୍ତୁପକ୍ଷଙ୍କ ଏପରି ଦାୟିତ୍ୱହୀନ କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରୀ ସେମାନଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି ।

  • Reported by:
  • MANIK Lal PANI