Advertisment

ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Poachers Rates In Odisha

Similipal forest as forest guard

ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ। ବିପଦରେ ବନ କର୍ମଚାରୀ। ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ ଯିବା ପରେ ଉଠିଛି ଏମତି ପ୍ରଶ୍ନ। ଶିମିଳିପାଳ ସାଉଥ ରେଞ୍ଜରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇ ପ୍ରାଣ ହରାଇଛନ୍ତି ବିମଳ ଜେନା। ତେବେ ସାଂଘାତିକ ଅଭିଯୋଗ ହେଉଛି, କୁଆଡେ ଶିକାରୀଙ୍କ ବିଷୟରେ ପୂର୍ବରୁ ଖବର ଥିଲା ବନ ବିଭାଗ ପାଖରେ। ଅନ୍ୟ ପଟେ ଅଭିଯୋଗକୁ ଖଣ୍ଡନ କରି PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି।।

Advertisment

ବାଘ କି ହାତୀ ନୁହେଁ ଏଥର ଶିକାରୀର ଗୁଳିରେ ଟଳି ପଡିଲେ ଖୋଦ୍ ଫରେଷ୍ଟ ଗାର୍ଡ। ଏମିତି ଛାତି ଥରା ଘଟଣା ଘଟିଛି ଶିମିଳିପାଳ ଅଭୟାରଣ୍ୟରେ। ଶିକାରୀଙ୍କ ଗୁଳିରେ ଜୀବନ ଯାଇଥିବା ଫରେଷ୍ଟ ଗାର୍ଡ ହେଉଛନ୍ତି ବାରିପଦା ଭଞ୍ଜପୁରର ବିମଳ କୁମାର ଜେନା। ସୋମବାର ଅପରାହ୍ନରେ ଶିମିଳିପାଳ ସାଉଥ ରେଞ୍ଜରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ସହ ସାମ୍ନାସାମ୍ନି ହୋଇ ଯାଇଥିଲେ ବିମଳ। କ୍ୟାମ୍ପ ପକାଇ ଶିକାର ଅପେକ୍ଷାରେ ଥିଲେ ୧୦ରୁ ୧୫ ଶିକାରୀ।

ଅଧିକ ପଢ଼ନ୍ତୁ: ରାଜ୍ୟ ସରକାର ନିଜେ କରିବେ ବାଘ ଓ ହାତୀ ଗଣନା

ବିମଳଙ୍କୁ ଦେଖି ଆଖି ବୁଜା ଗୁଳି ମାଡ କରିଥିଲେ। ଆଉ ଛାତିରେ ଗୁଳି ବାଜିବାରୁ ପ୍ରାଣ ହରାଇଥିଲେ ବିମଳ। ରାତି ୧୧ଟା ବେଳକୁ ବାରିପଦା ମେଡିକାଲରେ ପହଞ୍ଚିବା ପରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ତେବେ ବିମଳଙ୍କ ପତ୍ନୀ ଏବଂ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରଶାସନ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି। 

Advertisment

ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବନ୍ୟାପ୍ରାଣୀ PCCF। ପୂର୍ବରୁ ଖବର ନଥିଲା, ଘଟଣାକୁ ଗୁରୁତର ସହ ନେଇଛି ବନ ବିଭାଗ। ପୋଲିସ ଏବଂ ବନ ବିଭାଗର ୫ଟି ଟିମ ବିଭିନ୍ନ ସ୍ଥାନରେ କମ୍ବିଂ ଜାରି ରଖିଛି। ୧୦ ଅଭିଯୁକ୍ତ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି।ତେବେ ଆଇନର ପଞ୍ଝାରୁ ଶୀକାରୀମାନେ ଶୀଘ୍ର ଖସି ଯାଉଥିବା ମାନିଛନ୍ତି PCCF। 

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ନୂଆ ନୁହେଁ। ଗତବର୍ଷ ମେ ମାସରେ ମଧ୍ୟ ଜଣେ ଫରେଷ୍ଟ ଗାର୍ଡ ଉପରକୁ ଗୁଳିମାଡ ହୋଇଥିଲା। ସେହିପରି କରଞ୍ଜିଆ ଜଶିପୁରରେ ମଧ୍ୟ ୭ ଜଣ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ କାଠ ମାଫିଆ। ତେଣୁ ପ୍ରଶ୍ନ କାହିଁକି ବନ ବିଭାଗ କର୍ମଚାରୀଙ୍କ ଉପରେ ବଢୁଛି ଶିକାରୀଙ୍କ ଆକ୍ରମଣ।

Forest Guard Similipal Forest
Advertisment
Advertisment