/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690604081.jpg)
Similipal Tiger Reserve loses 75 tigers in 12 years
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା। ଗତ ୧୨ବର୍ଷ ମଧ୍ୟରେ ୭୫ ବାଘ କମି ଥିବାବେଳେ ଚଳିତ ବର୍ଷ ବ୍ୟାଘ୍ର ଗଣନାରେ କ'ଣ ଆସିବ ରିପୋର୍ଟ ସେନେଇ ସମସ୍ତଙ୍କ ନଜର। ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ମହାବଳ ବାଘ ପାଇଁ ଏକଦା ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲା ଶିମିଳିପାଳ ଅଭୟାରଣ୍ୟ। ହେଲେ ଏଠାରେ ବାଘଙ୍କ ସଂଖ୍ୟା ଚିନ୍ତା ବଢାଇଛି। ୨୦୦୬ର ବାଘ ଗଣନା ରିପୋର୍ଟରେ ଶିମିଳିପାଳରେ ୧୦୧ ବାଘ ଥିଲେ। ତେବେ ୨୦୧୯ ଗଣତି ବାଘଙ୍କ ସଂଖ୍ୟା ୨୮କୁ ଖସି ଆସିଥିଲା। ୧୨ ବର୍ଷ ମଧ୍ୟରେ ୭୫ ବାଘକୁ ହରାଇଛି ଶିମିଳିପାଳ। କିନ୍ତୁ ଚଳିତ ବର୍ଷ କ୍ୟାମେରା ଟ୍ରାପିଂରେ ହୋଇଥିବା ବାଘ ଗଣନାର ରିପୋର୍ଟ ପ୍ରକାଶ ପାଇନାହିଁ।
ଶିମିଳିପାଳରେ ବାଘଙ୍କ ସୁରକ୍ଷା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଶିମିଳିପାଳ ମହାବଳ ବାଘ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ବୋଲି ଘୋଷଣା କରିଛି NTCA। ବାଘଙ୍କ ସୁରକ୍ଷା ଲାଗି ଏଠାରେ ପ୍ରତିବର୍ଷ ୧୨ରୁ ୧୩ କୋଟି ଟଙ୍କା ଖର୍ଚ୍ଚ କରୁଛି NTCA। ୧୨ ବର୍ଷ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।
ଓଡ଼ିଶାର ଶିମିଳିପାଳ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମିଚାଲିଛି ବାଘଙ୍କ ସଂଖ୍ୟା । ଗତ ୧୨ବର୍ଷ ଭିତରେ ୭୫ ବାଘ କମିଥିବା ବେଳେ ଚଳିତ ବର୍ଷ ବାଘ ଗଣନାରେ କ'ଣ ଆସିବ ରିପୋର୍ଟ ସେ ନେଇ ସମସ୍ତଙ୍କ ନଜର।#Tiger#Similipalpic.twitter.com/7fEUimM9zR
— ଓଟିଭି (@otvkhabar) July 29, 2023
ବାଘଙ୍କ ସଂଖ୍ୟାବୃଦ୍ଧି ଲାଗି ଅଧିକ ଜରୁରୀ ସୁରକ୍ଷା। ଏଥିଲାଗି ସ୍ଥାନୀୟ ଲୋକଙ୍କ ସହାୟତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ବାଘ ସୁରକ୍ଷା ପ୍ରତି ସଚେତନ କରାଯାଉ। ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ ସହ ବାଘ ପ୍ରତି ବିପଦ ସୃଷ୍ଟି କରୁଥିବା ଶିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି।
ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯିବା ସହ ପ୍ରତି ବିଟ୍ରେ ଗୁଇନ୍ଦା ଟିମ୍ ଗଠନ କରାଯାଇ ଶିକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଅଭୟାରଣ୍ୟ ଥିବାବେଳେ ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ବାଘଙ୍କ ସୁରକ୍ଷା ଲାଗି ସେମିତି କିଛି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।
୨୦୧୬ ବାଘ ଗଣନା ରିପୋର୍ଟ ଅନୁସାରେ, ସୁନାବେଡ଼ାରେ ୪ଟି ମହାବଳ, ୨୦ଟି କଲରାପତରିଆ ବାଘ ଥିଲେ। ବାଘ ବାରମ୍ବାର ଜନବସତିକୁ ପଶି ଲୋକ ଏବଂ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ନୂଆପଡ଼ାକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସାମିଲ କଲେ ମହାବଳ ବାଘଙ୍କ ସୁରକ୍ଷା ଠିକ୍ ଭାବେ ହୋଇପାରନ୍ତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)