Advertisment

ମଣିଷ ଖାଇଲା ମଣିଷ ମାଂସ: ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ କାଟି ଖାଇଲେ...

ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Eats Human Flesh In Odisha

Man Eats Man Flesh In Baripada

ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ବିଶ୍ୱାସ ନହେଲେ ବି, ଘଟଣାଟି ସତ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବିରେଶ୍ୱରପୁର ଗାଁରେ ଏଭଳି ଘଟଣା ଘଟିଛି। ଶବ ମାଂସ ଖାଇଥିବା ୨ ବ୍ୟକ୍ତିଙ୍କୁ ଧରି ଗାଁଲୋକେ ପୋଲିସ୍‌ ଜିମା ଦେଇଛନ୍ତି। 

Advertisment

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଦାନ୍ତୁଣି ଗାଁର କୁହ୍ଲସାହି ଅଞ୍ଚଳର ସୋମା ସିଂଙ୍କ ଝିଅ ଟୁନି ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଶବ ସତ୍କାର ବେଳେ ଦାନ୍ତୁଣି ଗାଁର ୨ ଜଣ ବ୍ୟକ୍ତି ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ଶ୍ମଶାନକୁ ଆସି ଶବ ପୋଡ଼ିବାରେ ସାହାଯ୍ୟ କରିଥିଲେ। ତେବେ ଶବ ପୋଡ଼ିବା ବେଳେ ଏମାନେ ନିଶାସକ୍ତ ଅବସ୍ଥାରେ ଥିଲେ। 

ଏହି ସମୟରେ ସୁନ୍ଦର ମୋହନ ଓ ନରେନ୍ଦ୍ର ଅଧା ପୋଡ଼ା ଶବ କିଛି ଅଂଶ କାଟି ଏହାକୁ ଖାଇଥିଲେ। ଯାହାକୁ ଗାଁ ଲୋକେ ଦେଖି ଦେଇଥିଲେ। ଖବର ଜଣାପଡ଼ିବା ପରେ ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ଏହାପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ସୁନ୍ଦର ମୋହନ ଓ ନରେନ୍ଦ୍ର ଉଭୟଙ୍କୁ ମାଡ଼ ମାରିବା ସହ ପୋଲିସ୍‌ ଜିମା ଦେଇଥିଲେ। 

Advertisment

ମଣିଷ ହୋଇ କିଭଳି ଭାବେ ଅନ୍ୟ ଜଣେ ମଣିଷର ମାଂସ ଖାଇପାରିଲେ ? ଏଭଳି ଘୃଣ୍ୟ ଓ ଅମାନବୀୟ କାର୍ଯ୍ୟକୁ ସମାଜରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷେ, ପୋଲିସ୍‌ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ସେମାନେ ଏଭଳି ଘୃଣ୍ୟ କାର୍ଯ୍ୟ କଲେ ପୋଲିସ ତଦନ୍ତ ପରେ ପ୍ରକୃତ ସତ ଜଣାପଡ଼ିବ। 

Advertisment
Advertisment