• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଜନ୍ମମାଟି । ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମାଡାମ ପ୍ରେସିଡେଣ୍ଟ୍ । ଦିନ ଯେତିକି ପାଖେଇ ପାଖେଇ ଆସୁଛି, ସ୍ୱାଗତ ପାଇଁ ସେତିକି ମାତ୍ରାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ମାଡାମ୍ ପ୍ରେସିଡେଣ୍ଟଙ୍କ ମୟୂରଭଞ୍ଜ ଗସ୍ତ ମେ' ୪ ତାରିଖରେ ରହିଥିବା ବେଳେ ପ୍ରଥମେ ସେ ବାଦାମପାହାଡ଼ରେ ହେଲିକପ୍ଟରରେ ଅବତରଣ କରି ନିଜ ଶ୍ୱଶୁର ଘର ପାହାଳପୁରକୁ ଯିବାର କାର୍ଯ୍ୟକ୍ରମ ରହିଛି ।  ଏହା ପରେ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଦ୍ରୌପଦୀ । ସେଠାରେ ଦୁଇଦିନ ରହଣୀ ପରେ ବାରିପଦାର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଅଧିକ ପଢ଼ନ୍ତୁ: ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ, ରାତାରାତି ତିଆରି ହେଉଛି ରାସ୍ତା...

ରାଷ୍ଟ୍ରପତି ନିଜ ଜିଲ୍ଲାକୁ ଆସୁଥିବାରୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଏବଂ ଅବିସ୍ମରଣୀୟ କରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ଏଥିପାଇଁ ବିଶ୍ଵବିଦ୍ୟାଳୟ ପରିସରକୁ ନୂଆ ରୂପରେ ସଜାଯାଉଛି । ସମାବର୍ତ୍ତନ ଉତ୍ସବରେ କିଏ ଯୋଗ ଦେବେ? VIP, VVIP କେଉଁଠି ବସିବେ? ଛାତ୍ରଛାତ୍ରୀ କେଉଁଠି ବସିବେ ? ସେନେଇ ସବୁ ବ୍ୟବସ୍ଥା କରୁଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ।

ମହାମହିମଙ୍କ ଗସ୍ତକୁ ମନେ ରଖିବାକୁ ଦ୍ରୌପଦୀ ମୁର୍ମୁଙ୍କ ଏକ ପ୍ରତିମୂର୍ତ୍ତି ବିଶ୍ଵବିଦ୍ୟାଳୟ ପରିସରରେ ନିର୍ମାଣର ବି ବ୍ୟବସ୍ଥା କରୁଛି ବିଶ୍ଵବିଦ୍ୟାଳୟ । ଏହାସହ ଏମ୍ଏସସିବ ବିଶ୍ଵବିଦ୍ୟାଳୟ ପରିସରରେ ନିର୍ମିତ ହୋଇଥିବା କନଭୋକେସନ ହଲକୁ ମଧ୍ୟ ରାଷ୍ଟ୍ରପତି ଲୋକାର୍ପିତ କରିବା ନେଇ ସୂଚନା ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନହୁଏ, ସେଥିପାଇଁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି ।

ଏହାପୂର୍ବରୁ ୨୦୦୩ ମେ' ୧୫ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଏମ୍ଏସସିବି(MSCB) ବିଶ୍ଵବିଦ୍ୟାଳୟକୁ ଆସିଥିଲେ । ସେତେବେଳର ରାଜ୍ୟପାଳ ଏମଏମ ରାଜେନ୍ଦ୍ରନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ହେଲେ ଏବେ ପୁଣି ଥରେ ରାଷ୍ଟ୍ରପତି ଆସୁଥିବାରୁ ବାରିପଦାବାସୀ ବେଶ୍‌ ଖୁସି ।

  • Reported by:
  • MANIK Lal PANI

OTV is now on Whatsapp

Join and get latest news update delivered to you via whatsapp

Join Now