• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତମାନେ ବି ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ବାଢ଼ିଲେଣି । ବିଜେଡି କହିଛି କ୍ୟାମ୍ପସରେ ଅନୁକୂଳ ବାତାବରଣ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ ସରକାର ।

ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ । ଏସବୁ ସବୁ ଭିତରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମାରିଛନ୍ତି ତେରେଛା ବାଣ । ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସୌମ୍ୟ କହିଛନ୍ତି, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ? ନେତୃତ୍ୱର ବିକାଶ ହୋଇଥାଏ ଛାତ୍ର ସଂସଦ ନିର୍ବାଚନରୁ । ଆଗାମୀ ଦିନରେ ନେତୃତ୍ୱ ସଂକଟ ଦେଖା ଦେବ, ଯାହାର କାରଣ ହେବ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ।

ଦେଖନ୍ତୁ ଭିଡିଓ | ନବୀନଙ୍କ ସାମ୍ନାରେ ମନକଥା କହିଦେଲେ ସୌମ୍ୟ...

ସେପଟେ ବିଜେଡି ଫୋକସରେ ଯୁବ ଓ ଛାତ୍ର । ୨୦ ଲକ୍ଷ ନୂଆ ଭୋଟରଙ୍କ ଉପରେ ଦଳର ନଜର । ନିର୍ବାଚନୀ ବର୍ଷରେ ବିଜେଡି ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ । ଯୁବ ସହ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ମାଧ୍ୟମରେ ସେମାନଙ୍କୁ ସଂଗଠିତ କରାଯାଉଛି । କିନ୍ତୁ ସୌମ୍ୟଙ୍କ କଥାକୁ ବିରୋଧୀ ପୁଣି ଦୋହରାଇଛନ୍ତି । ଛାତ୍ରଙ୍କ ଅଧିକାର ପାଇଁ ଲଢ଼ୁଛୁ ବୋଲି କହୁଥିବା ବିଜେଡି ସରକାର, ଛାତ୍ର ସଂସଦ ନିର୍ବାଚନ ୨୦୧୯ରୁ କାହିଁକି କରୁନି ବୋଲି ପଚାରିଛନ୍ତି ।

ସେପଟେ ପ୍ରତି କ୍ୟାମ୍ପସରେ କମିଟି କରି ଦଳୀୟ ବ୍ୟାନରରେ ଏଣ୍ଟ୍ରାନସଠାରୁ ଆଡମିଶନ୍, ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି କିପରି ନିଜ କ୍ୟାମ୍ପ କୁ ଅଣାଯିବ ସେନେଇ ବିଜେଡି ଛାତ୍ର କାର୍ଯ୍ୟକାରିଣୀରେ ମନ୍ତ୍ର ଦିଆଯିବ । ଶାସକ ଦଳ କେବଳ ଭୋଟକୁ ନଜରରେ ରଖି କ୍ୟାମ୍ପସ କମିଟି ଗଠନ କରିଥିବା ବିରୋଧୀ ଏବିଭିପି ଓ ଛାତ୍ର କଂଗ୍ରେସ ଅଭିଯୋଗ କରିଛନ୍ତି । ବିଜେଡି କହିଛି କ୍ୟାମ୍ପସରେ ସୁରକ୍ଷିତ ବାତାବରଣ ରହିଲେ ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ନେବେ ।

ଏଠି ପ୍ରଶ୍ନ ଉଠୁଛି କ୍ୟାମ୍ପସରେ ଅଶାନ୍ତ ବାତାବରଣ କରୁଛି କିଏ ? ବିଗତ ଦିନର ଘଟଣାକୁ ନଜର ପକାଇଲେ ଆଙ୍ଗୁଠି ଉଠୁଚି ସେଇ ବିଜେଡ଼ି ଆଡ଼କୁ । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ରେ ବିଜେଡି କ୍ୟାମ୍ପସ କମିଟି ସଭାପତି ଅଭିଷେକ ନାୟକ, କଟକ ଖ୍ରୀଷ୍ଟ କଲେଜ୍ ଗଣ୍ଡଗୋଳରେ ବିଜୁ ଛାତ୍ର ଜନତା ଦଳର କର୍ମୀ ସଂପୃକ୍ତ ଥିବା ଅଭିଯୋଗ ଆସିଥିଲା । ଖାଲି ସେତିକି ନୁହେଁ ଭଦ୍ରକ କଲେଜ୍ ଫେକ ସାର୍ଟିଫିକେଟ୍ ଘଟଣାରେ ବି ଶାସକ ଦଳର ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ରାଜ୍ୟର କିଛି ବିଶ୍ୱବିଦ୍ୟାଳୟର କୁଳପତି ଓ ଶିକ୍ଷାବିତଙ୍କ ମତ ହେଲା ଛାତ୍ର ସଂସଦ ନିର୍ବାଚନ ନିହାତି ହେବା ଉଚିତ । ଏସବୁ ଭିତରେ ବଡ଼ ପ୍ରଶ୍ନ, ଯଦି ହିଂସାକାଣ୍ଡ ଭିତରେ ସାଧାରଣ ନିର୍ବାଚନ ହେଉଛି ତାହାଲେ କ୍ୟାମ୍ପସ ନିର୍ବାଚନ କାହିଁକି ହେବନି ।

  • Reported by:
  • JAGDISH DAS , MANIK Lal PANI