ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।
ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।
ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।
ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।
ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।
ପୋଲିସ୍ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି ।
ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।
ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ।
ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି ।
ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା
ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ
ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।
ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ ।
ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ICU, ୱାର୍ଡରେ ଥିବା ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା।
କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।
ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା ।
କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ ।
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା।
ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।