• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାରିପଦାରେ ବସ୍ ଓଲଟି ୧୦ ଆହତ । ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ବସ୍‌ଟି ବାଲେଶ୍ୱରର ଚନ୍ଦନେଶ୍ୱରରୁ ବାରିପଦା ଆସୁଥିଲା । ଏକ ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ଏକ ଗଛକୁ ଯାଇ ପିଟିହୋଇଥିଲା ।

ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ଗତକାଲି ମଧ୍ୟରାତ୍ରରେ ଗଂଜାମ ଦିଗପହଣ୍ଡି ନିକଟରେ OSRTC ବସ୍ ଓ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗଦେଇ ଲୋକେ ଘରୋଇ ବସରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି।

ଆହତ ହୋଇଥିବା ୮ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଅଗ୍ନିଶମ ଓ ଆମ୍ବୁଲାନ୍ସ। ରାତି ନପାହୁଣୁ ସରିଥିଲା ଉଦ୍ଧାର କାର୍ଯ୍ୟ। ହେଲେ ଶୋକ ଭରି ଦେଇଥିଲା ୧୧ ଜଣଙ୍କ ମୃତ୍ୟୁର ଖବର।

  • Reported by:
  • MANIK Lal PANI