Advertisment

ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହିତ ସେଲଫି ଉଠାଇବା

ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Pharmacist Suspended

Pharmacist suspended

ମହଙ୍ଗା ପଡ଼ିଲା ସେଲଫି। ରାଷ୍ଟ୍ରପତିଙ୍କ ହେଲିକପ୍ଟର ନିକଟରେ ସେଲଫି ନେବା ଓ ଫଟୋ ଉଠା ଘଟଣା। ହେଲିକପ୍ଟର ନିକଟରେ ସେଲଫି ନେଇଥିବା ଫାର୍ମାସିଷ୍ଟ ନିଲମ୍ବିତ ହୋଇଛନ୍ତି। ଜାମୁକେଶ୍ବର CHCର ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ CDMO ରୂପଭାନୁ ମିଶ୍ର। ସେଲଫି ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ। 

Advertisment

ଗତ ଶୁକ୍ରବାର ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିଲେ ରାଷ୍ଟ୍ରପତି।ଯଶୀପୁର ନିକଟ ଛେଳି ଗୁଦୁଲିରେ ହେଲିପ୍ୟାଡରେ ଅବତରଣ କରି ସେ ସଡ଼କ ପଥରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ହେଲିପ୍ୟାଡରେ ଥିବା ଗୋଟିଏ ହେଲିକପଟର ସହିତ ଫଟୋ ଉଠାଇଥିଲେ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟ ଯଶୱନ୍ତ ବେହେରା।

Advertisment

ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିଲେ। ଯଶୱନ୍ତ ହେଲିପ୍ୟାଡ ଡ୍ୟୁଟିରେ ଥିଲେ । ସୁରକ୍ଷା ବଳୟ ଭାଙ୍ଗି ସେଲଫି ନେଇଥିଲେ, ତାକୁ ପୁଣି ଫେସବୁକରେ ଛାଡ଼ିଥିଲେ। ଘଟଣା ପ୍ରଘଟ ହେବା ପରେ ଫେସବୁକରୁ ତାକୁ ଡିଲିଟ କରି ଦେଇଥିଲେ ଯଶବନ୍ତ।

ଅନ୍ୟପଟେ ଫାର୍ମାସିଷ୍ଟ ଜଣକ ସଫେଇ ଦେଇଛନ୍ତି, ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ପାଇଁ ସେ ଏହି ସେଲଫି ଉଠାଇଥିଲେ। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। 

President Of India Pharmacist Draupadi Murmu
Advertisment
Advertisment