ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି।
ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।
ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି..ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ..ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ବାହାଦୁର ଅଗ୍ନିଶମ କର୍ମଚାରୀ
ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।
ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।
ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ।
ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
କିଛି ଜଣଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଜଣଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି ।
ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ଚଳନ୍ତା କାର୍ରେ ଲାଗିଲା ନିଆଁ । ବାରିପଦା ବେତନଟୀ ଫ୍ଲାଏ ଓଭର ଉପରେ ଯାଉଥିବା ଚଳନ୍ତା କାର୍ରେ ନିଆଁ ଲାଗିଛି । କାର୍ରେ ଥିବା ୨ ମହିଳା ସମେତ ୪ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ସର୍ଟ ସର୍କିଟରୁ ହଠାତ୍ କାର୍ରେ ନିଆଁ ଲାଗିଥିବା ସୂଚନା ମିଳିଛି ।
ଏବେ ସୁଦ୍ଧା ଉକ୍ତ ଚୋର ବିରୋଧରେ ୪୪ଟି ମାମଲା ରହିଛି । ପୂବରୁ ୩୭ଟି କେସ୍ କରି ଜେଲ୍ ଦଣ୍ଡ ଭୋଗି ସାରିଥିବା ବେଳେ ଏବେ ଆଉ ୭ଟି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।
ବାଲାଟ୍ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍ ଘରେ ଅଟକି ରହିଲେ ପୋଲିଂ ପାର୍ଟି।
ଏହାପରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଯାଇଛି।
୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ପରିବାର ଲୋକ ମଧ୍ୟ ପୁଅର ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣ ଅଭିଯୋଗ ମାମଲାର ପୋଲିସ୍ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଅଫିସକୁ ଯାଇ ପୋଲିସ ତଦନ୍ତ କରିଛି।
ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।
ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ରଫାଦଫା କରିବା ପାଇଁ ଗାଁରେ ଏକ ବୈଠକ ହୋଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଗୋଡାଇଛି ପୋଲିସ୍ ।
କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।
ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।
ପ୍ରଥମେ ହାତୀ ଶାବକଟି କୂଅ ଭିତରେ ଖସି ପଡ଼ିଥିଲା । ଆଉ ହାତୀ ଛୁଆଟି ଖସି ପଡ଼ିବାରୁ ଅନ୍ୟ ହାତୀମାନେ ସେଠାରେ ଜଗି ରହିଥିଲେ । ପ୍ରାୟ ୧୦ରୁ ଅଧିକ ହାତୀ ସେହି କୂଅ ପାଖରେ ଜଗି ବସିଥିଲେ ।
ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।
ବର୍ଷା ଓ କୁହୁଡ଼ି ଯୋଗୁ ପର୍ଯ୍ୟଟକଙ୍କ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି।