Advertisment

ନିଦରେ ଶୋଇଗଲେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା; ତା’ପରେ...

ନିଦରେ ଶୋଇଗଲେ ରେଲ୍‌ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଆଉ ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍‌ ଟ୍ରେନ୍‌ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍‌ ଟ୍ରେନ୍‌ ଚଲାଇ ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Signalman Sleeps On Duty In Mayurbhanj

Signalman sleeps on duty loco-pilot signals train in Mayurbhanj

ନିଦରେ ଶୋଇଗଲେ ରେଲ୍‌ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଆଉ ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍‌ ଟ୍ରେନ୍‌ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍‌ ଟ୍ରେନ୍‌ ଚଲାଇ ଥିଲେ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବାଲେଶ୍ଵର ମଧ୍ୟରେ ଥିବା ଯୁଗୁପୁରା ରେଳ ଷ୍ଟେସନରେ ଗତକାଲି ଏହି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବାଙ୍ଗିରିପୋଷି- ରୁପ୍ସା ଡିଏମୟୁ ଗତକାଲି ସକାଳ ୯ ଟାରେ ଯୁଗୁପୁରା ଷ୍ଟେସନରେ ପହଞ୍ଚିଥିଲା I ଉଭୟ କଡ଼ରେ ଫାଟକ ବି ବନ୍ଦ ଥିଲା। କିନ୍ତୁ ଫାଟକରେ ଡ୍ୟୁଟିରେ ଥିବା ରତ୍ନାକର ମହନ୍ତ ନାମକ ଜଣେ କର୍ମଚାରୀଙ୍କ ଦର୍ଶନ ମିଳିନଥିଲା କି କେହି ସିଗ୍ନାଲ ବି ଦେଖାଇବାକୁ ଆସି ନଥିଲେ। ନିଶା ଖାଇ ସେ ନିଦରେ ଶୋଇ ପଡ଼ିଥିଲେ।ଶେଷରେ ଟ୍ରେନ୍‌ର ଲୋକ ପାଇଲଟ୍‌ ଟ୍ରେନ୍‌ ଅଟକାଇ ତଳକୁ ଓହ୍ଲାଇ ଆସି ଦେଖିବାରୁ ଜଣାପଡ଼ିଥିଲା କର୍ମଚାରୀ ଜଣକ ଶୋଇ ପଡ଼ିଛନ୍ତି।

ଲୋକୋ ପାଇଲଟ ଜଣକ ରତ୍ନାକରଙ୍କୁ ନିଦରୁ ଉଠାଇବା ସହ ନିଜେ ସବୁଜ ପତାକା ଦେଖାଇ ଟ୍ରେନ୍‌କୁ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍‌ ଟ୍ରେନ୍‌ ଚଲାଇ ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଜଣେ କର୍ତ୍ତ୍ୟବରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଯଦି ଲୋକଙ୍କ ପ୍ରାଣ ଯାଇଥାନ୍ତା, ତା’ହେଲେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ? ରତ୍ନାକର ମହନ୍ତଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ଘଟଣାର ତଦନ୍ତ କରାଯାଉଥିବା ରୁପ୍ସା ଷ୍ଟେସନର ବିଭାଗୀୟ ଯନ୍ତ୍ରୀ କହିଛନ୍ତି।

Advertisment

(ରିପୋର୍ଟ- ମାଣିକଲାଲ୍‌ ପାଣି, ବାରିପଦା)

Indian Railways
Advertisment
Advertisment