ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ବରଗଡ଼ରେ ନିର୍ବାଚନୀ ସଭା ଭଳି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ।
ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା…
ନାଁ ନନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ । ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ଗସ୍ତ କରିଥିଲେ । ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ।
ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।
ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ
ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା।
କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ବରଗଡ଼ ଧନୁଯାତ୍ରାର ଆକର୍ଷଣ ହେଉଛି ଏହାର ପୋଷାକ । ପୌରାଣିକ ପୋଷାକ ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସିତ ।
ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ
ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ
ଧାମନଗର ଓ ପଦ୍ମପୁରରେ ଅମାନତ ଗଲା। ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।
ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ?
କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ? ଆଜି ସବୁକିଛି ସ୍ପଷ୍ଟ ହୋଇଯିବ।
ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ ।
ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ ।
ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ ।
ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ପଦ୍ମପୁର ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।
ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।