Advertisment

ଜଗା ଦର୍ଶନ ସାରି ଫେରୁଥିଲେ...ବାଟରେ ଚାଲିଗଲା ପ୍ରାଣ

ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍‌ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ

author-image
Sarbeswar
ଅଦ୍ୟତନ ହୋଇଛି
Baragarh Tourist Bus Accident

Baragarh Accident

ଜଗା ଦର୍ଶନ ପାଇଁ କେଡେ ଖୁସିରେ ଘରୁ ବାହାରିଆସିଥିଲେ। ଚକା ଆଖିକୁ ଦେଖିବେ, ପରିବାର ପାଇଁ କେତେ କଣ ମନାସି ଫେରିବେ। ଏମିତି କିଛି ଯୋଜନା କରି ସୁଦୂର ମହାରାଷ୍ଟ୍ରରୁ ପୁରୀ ଆସିଥିଲେ ପର୍ଯ୍ୟଟକ। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ନୀଳ ଦରିଆରେ ବୁଡ ପକାଇଥିଲେ, ରତ୍ନ ସିଂହାସନରେ ତିନି ଦିଅଁଙ୍କ ଦର୍ଶନ ବି କରିଥିଲେ। ଦର୍ଶନ ପରେ ଆନନ୍ଦ ବଜାରେ ଅବଢା ଖାଇ ୨୨ ପାହାଚରେ ପିତୃ ପୁରୁଷଙ୍କ ପିଣ୍ଡ ଦେଇଥିଲେ। ବାସ୍‌ ଜଗା ଦର୍ଶନ ସରିବା ପରେ ପୁଣି ଥରେ ଘରକୁ ଫେରିଥିଲେ ସବୁ ପର୍ଯ୍ୟଟକ...

Advertisment

ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍‌ ବି ରହିରହି ଆଗକୁ ବଢୁଥିଲା। ରାସ୍ତା କଡରେ ଚା’ ଦୋକାନ ଦେଖି ଡ୍ରାଇଭର ଗାଡି ଅଟକେଇଥିଲା। ହେଲେ କେହି ଜଣେ ହେଲେ ବି ଚିନ୍ତା କରିନଥିଲେ ଚା’ ଦୋକାନ ପାଖରେ ଛକି ରହିଥିଲା ଯମ। ମାତ୍ର କେହି ମୁହୂର୍ତ୍ତରେ ପର୍ଯ୍ୟଟକ ବସକୁ ପଛ ପଟୁ ଖୁବ ଜୋରରେ ଧକ୍କା ଦେଲା କଂଟେନର। ଆଉ ଚାହୁଁ ଚାହୁଁ ଜଣଙ୍କର ଜୀବନ ଚାଲିଯିବା ସହିତ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ପୁରୀ ଧାମରୁ ଫେରି ଜୀବନ ଚାଲିଯିବାର କଥାକୁ ସହଜରେ ଗ୍ରହଣ ବି କରିପାରୁନାହାନ୍ତି ପରିବାର ଓ ଆତ୍ମୀୟ ସୋଜନ। ତୀର୍ଥ କରି ଫେରିଥିବା ବେଳେ ପ୍ରାଣ ଚାଲିଯିବାରୁ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ। ତେବେ ବସ୍‌କୁ ଧକ୍କା ଦେବା ପରେ ଘଟଣାସ୍ଥାଳରୁ ଫେରାର ହୋଇଯାଇଛି କଂଟେନର ଡ୍ରାଇଭର। ରାସ୍ତାରେ କେମିତି ଏମିତି ଭୟଙ୍କର ଦୁର୍ଘଟଣା ହେଲେ ସେନେଇ ତଦନ୍ତ ଚଳାଇଛି ପୋଲିସ୍‌...ହେଲେ ଜଗା ଦର୍ଶନ କରି ପ୍ରାଣ ହରାଇଥିବା ଘଟଣାକୁ ନେଇ ଏବେ ସବୁଠି ଚାଲିଛି ଆଲୋଚନା...
ବରଗଡରୁ ଦୀପକ ଶର୍ମାଙ୍କ ରିପୋର୍ଟ

Advertisment
Bus Accident Road Accident
Advertisment
Advertisment