/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670466156.jpg)
Padampur Bypoll Result
ଆଜି ପଦ୍ମପୁର ଉପନିର୍ବାଚନର ଫଳାଫଳ ଆସିବ। କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ? ଆଜି ସବୁକିଛି ସ୍ପଷ୍ଟ ହୋଇଯିବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଥିବାବେଳେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏହାପରେ ଇଭିଏମ୍ ଭୋଟ୍ର କାଉଣ୍ଟିଂ ଆରମ୍ଭ ହେବ। ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇ ଥିବାବେଳେ ୧୪ଟି ଟେବୁଲ୍ କରାଯାଇଛି।
୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ୍ କରାଯିବ। ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବ୍ସାଇଟ୍ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ।
ଆଉ କିଛି ସମୟ...ଆରମ୍ଭ ହେବ କାଉଣ୍ଟିଂ#padmapurbypoll#Odisha#OTVpic.twitter.com/PH4HGmjvue
— ଓଟିଭି (@otvkhabar) December 8, 2022
ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୋଲିସ୍ ବାହିନୀ ଓ ଜିଲ୍ଲା ପୋଲିସ୍କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡ଼ାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରଯାଇଛି।
#ପଶାପାଲିର_ଗୋଟି
୨୦୧୯ରେ କିଏ ପାଇଥିଲେ କେତେ ଭୋଟ୍? ପ୍ରଦୀପ ପୁରୋହିତ ପାଇଥିଲେ କେତେ?#padmapurbypoll#Odisha#OTVpic.twitter.com/HMLPOeSfVG— ଓଟିଭି (@otvkhabar) December 8, 2022
ପ୍ରଦୀପ ପୁରୋହିତ(ବିଜେପି ପ୍ରାର୍ଥୀ)
ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା। ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି। ଜଣେ ଦୃଢ ସଂଗଠକ ଭାବେ ସେ ପରିଚିତ। ଗନ୍ଧମାର୍ଦ୍ଦନ ବଞ୍ଚାଓ ଆନ୍ଦୋଳନରୁ ୫୭ ବର୍ଷୀୟ ପ୍ରଦୀପ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୨୦୧୪ରୁ ୧୯ ପର୍ଯ୍ୟନ୍ତ ପଦ୍ମପୁରର ବିଧାୟକ ଥିଲେ। ଗତ ନିର୍ବାଚନରେ ପ୍ରଦୀପ ଅଳ୍ପକେ ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ପରାସ୍ତ ହୋଇଥିଲେ।
ବର୍ଷା ସିଂ ବରିହା (ବିଜେଡି ପ୍ରାର୍ଥୀ)
୨୯ ବର୍ଷୀୟା ବର୍ଷା ପଦ୍ମପୁରର ଦିବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ। ସେ ବିଜେପିର ନେତା ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ ମଧ୍ୟ। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।
ସତ୍ୟଭୂଷଣ ସାହୁ (କଂଗ୍ରେସ ପ୍ରାର୍ଥୀ)
ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ ପୂର୍ବରୁ ୩ ଥର ୧୯୮୦, ୮୫ ଏବଂ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟସଚେତକ ଭାବେ କାର୍ଯ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)