Advertisment

ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ?

author-image
Prangyan Parimita
ଅଦ୍ୟତନ ହୋଇଛି
Padampur Bypoll

Padampur Bypoll

ଧାମନଗରରୁ ପଦ୍ମପୁର କେମିତି ତ୍ରୁଟି ସୁଧାରି ଉପନିର୍ବାଚନ ବିଜୟ ଧାରାକୁ ଲେଉଟିଲା ବିଜେଡି ?ଧାମନଗରରେ ଜୋର୍ କା ଝଟକା ପଦ୍ମପୁରରେ ସାନଦାର ଜିତ୍...ମାସକ ଭିତରେ ଏମିତି କେମିତି ବଦଳିଗଲା ସ୍ଥିତି ? କେଉଁ ତ୍ରୁଟି ସୁଧାରି ବୃହତ ବିଜୟ ପାଇଲା ବିଜେଡି ? କୁହାଯାଉଛି, ଏକମୁଖୀ ଲଢ଼େଇ, ବିଜେପିର ପ୍ରତିଟି ଅଭିଯୋଗର ତତ୍କାଳ କାଉଣ୍ଟର, ସ୍ଥାନୀୟ ଅନୁଭବୀ ବିଜେଡି ନେତଙ୍କୁ ଗୁରୁତ୍ୱ ଏବଂ ମୈଦାନରେ ମୁଖ୍ୟନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ପ୍ରଚାର କରିବା ସହ ନିର୍ବାନ ପରିଚାଳନାରେ ସିଧା ହସ୍ତକ୍ଷେପ ହିଁ ଭିନ୍ନତା ଆଣିଲା ।

Advertisment

ବିଜେଡିର ଧାମନଗର ପରାଜୟରୁ ପଦ୍ମପୁର ବିଜୟ ଯାତ୍ରାର ଏ ସବୁ ପ୍ରମୁଖ ବିନ୍ଦୁ ଉପରେ

୧. ଧାମନଗରରେ ଅବନ୍ତୀଙ୍କ ପ୍ରାର୍ଥିତ୍ୱ ପରେ ବିଲକୁଲ ଜୋସରେ ନଥିଲା ଦଳ ହେଲେ ପଦ୍ମପୁରରେ କିନ୍ତୁ ବର୍ଷାଙ୍କୁ ପ୍ରାର୍ଥୀ କରିବା ପରଠୁ ଦଳର ସବୁ ସ୍ତରରେ ଥିଲା ଉତ୍ସାହ

୨. ଧାମନଗରରେ ବିଦ୍ରୋହୀ ସାଜି ଦଳ ପାଇଁ କଣ୍ଟା ହେଲେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପଦ୍ମପୁରରେ କିନ୍ତୁ କେହି ବିଦ୍ରୋହୀ ନଥିଲେ

Advertisment

୩. ଧାମନଗରରେ ପ୍ରାର୍ଥୀଙ୍କ ପ୍ରତି ସହାନୁଭିତ ଫ୍ୟାର ନଥିଲା, ପଦ୍ମପୁରରେ କିନ୍ତୁ ବାପାଙ୍କ ଦେହାନ୍ତ ପାଇଁ ବର୍ଷାଙ୍କ ସପକ୍ଷରେ ଥିଲା ଭରପୁର ଅନୁକଂପା...

୪. ଧାମନଗରରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିର୍ବାଚନ ଲଢୁଥିଲା, ପଦ୍ମପୁରରେ କିନ୍ତୁ ମୈଦାନରେ ଥିଲେ ପଶ୍ଚିମ ଓଡ଼ିଶାର ଅନୁଭବୀ ନେତାଙ୍କ ସହ ଉପକୂଳ ନେତାଙ୍କ ପୂରା ଟିମ୍...

୫. ଧାମନଗରରେ ମାଇକ୍ରୋମ୍ୟାନେଜମେଣ୍ଟରେ ଫେଲ୍ ମାରିଥିଲା ଦଳ, ପଦ୍ମପୁରରେ କିନ୍ତୁ ପ୍ରତି ଭୋଟରଙ୍କୁ ଛୁଇଁଥିଲେ କର୍ମକର୍ତ୍ତା

୬. କୁହାଯାଉଛି, ଧାମନଗରରେ କିଛି ନେତା ଗୃହ ଶତ୍ରୁ ବିଭୀଷଣ ସାଜି ଶୀର୍ଷ ନେତୃତ୍ୱଙ୍କୁ ମିସ୍ ଲିଡ୍ କଲେ, ହେଲେ ପଦ୍ମପୁରରେ କିନ୍ତୁ ସିଧା ସିଏମ୍ ମନିଟରିଂ କରିବା ସହ ପର୍ଯ୍ୟବେକ୍ଷକଙ୍କଠୁ ନିୟମିତ ଅପଡେଟ୍ ନେଉଥିଲେ...

କେବଳ ତ୍ରୁଟିରୁ ଶିଖିଲେନି, ପଦ୍ମପୁର ଗଡ଼ ବଜାୟ ରଖିବାକୁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ସହ ଆଗକୁ ବଢ଼ିଲା ଦଳ । ଯେମିତିକି ଫସଲବୀମା ଯୋଜନା, ଇନପୁଟ୍ ସବସିଡି, ମଣ୍ଡି ଅବ୍ୟବସ୍ଥା, ରେଳ ପ୍ରକଳ୍ପ, କେନ୍ଦୁପତ୍ର, ପ୍ରାର୍ଥୀଙ୍କୁ ନେଇ ମନ୍ତବ୍ୟ ଭଳି ବିଜେପି ଯେଉଁ ପ୍ରସଙ୍ଗ ଉଠାଉଥିଲେ, ଗୋଟି ଗୋଟି କରି ସେହିସବୁ ଅସ୍ତ୍ରରେ କାଉଣ୍ଟର କରିଥିଲା ବିଜେଡି । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ ମେସେଜ୍ ମାଧ୍ୟମରେ ବିଜେପିର ପ୍ରତି ଅଭିଯୋଗର ଜବାବ ରଖି ବିଜେପିକୁ ପ୍ରଶ୍ନବାଣରେ ଛନ୍ଦିଥିଲେ । କେବଳ ସେତିକି ନୁହେଁ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ବିଜେଡି ଖେଳିଥିବା ଜାତି ରାଜନୀତି କାର୍ଡ ବି ସଫଳ ହୋଇଥିବା କୁହାଯାଉଛି ।

୨୦୧୮ ଫେବ୍ରୁଆରୀରେ ବରଗଡ଼ ବିଜେପୁର ଉପନିର୍ବାଚନରେ ପାଖାପାଖି ୪୨ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲା ବିଜେଡି । ଆଉ ୪ ବର୍ଷ ପରେ ସେହି ଜିଲ୍ଲାର ପଦ୍ମପୁର ଉପନିର୍ବାଚନରେ ମଧ୍ୟ ସେଇ ସମାନ ବ୍ୟବଧାନରେ ବାଜିମାତ୍ ତେଣୁ ପଦ୍ମପୁର ବିଜୟର ପ୍ରଭାବ ୨୪ ସାଧାରଣ ନିର୍ବାଚନରେ କିଭଳି ରହିବ ଏବେ ତାକୁ ନେଇ ଚର୍ଚ୍ଚା. ।

padmapur-bypoll
Advertisment
Advertisment