• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ । ଆଜି ପଦ୍ମପୁର ଗସ୍ତ ବେଳେ କିଛି ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛି । ଏନେଇ ସରକାର କାର୍ଯ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ । ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ଗସ୍ତ କରିଥିଲେ । ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀ ମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି ଦୋହରାଇଛନ୍ତି ନବୀନ । ଆଜି ଝାରବନ୍ଧ ପରେ ପାଇକମାଲ ଓ ପଦ୍ମପୁର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ସରିବାର ଅଢ଼େଇ ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ।

ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରୁପତ୍ର ସବସିଡି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରପକ୍ଷେ, ନବୀନଙ୍କ ଅଭିଯୋଗ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।