Advertisment

ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
General Election 2024

BJP

ପଦ୍ମଦଳ ଫୋକସ୍‌ରେ ଓଡ଼ିଶାର MP ସିଟ୍ । ୨୦୧୯ରେ ହାତେଇଥିଲା ୮ ଆସନ । ଏଥର ଟାର୍ଗେଟ୍ ଡବଲ୍ । ଅର୍ଥାତ୍ ୨୦୨୪ ନିର୍ବାଚନରେ ୧୬ଟି ଆସନରେ ବିଜୟ ବାନା ଉଡ଼ାଇବାକୁ ବିଜେପି ଆରମ୍ଭ କରିଦେଇଛି କସରତ । ହେଲେ ଏଇ ଲକ୍ଷ୍ୟ ପଥରେ ବାଧକ ସାଜିଛି ୧୯ ନିର୍ବାଚନରେ ଦଳ ଜିତିଥିବା ୮ଟି ରୁ ୪ଟି ଆସନ । ଦଳୀୟ ସର୍ଭେ ରିପୋର୍ଟରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ବାଲେଶ୍ୱର, ଏଇ ୪ଟିରେ ଦଳର ସ୍ଥିତି ଦୁର୍ବଳ ଥିବା କୁହାଯାଉଛି । ଯେଉଁଥିରେ ସାଂସଦ ଅଛନ୍ତି ବସନ୍ତ ପଣ୍ଡା, ସଙ୍ଗୀତା ସିଂଦେଓ, ସୁରେଶ ପୂଜାରୀ ଓ ପ୍ରତାପ ଷଡ଼ଙ୍ଗୀ ।

Advertisment

ସର୍ଭେରେ ରାଜ୍ୟଓ୍ୱାରି ଷ୍ଟ୍ରେନ୍ଥ, ଓ୍ୱିକ୍‌ନେସ୍, ଅପର୍ଚୁନିଟି ଓ ଥ୍ରେଟ୍ -ବା SWOT ଆନାଲିସ୍ ଆଣ୍ଡ ଇଭାଲ୍ୟୁଏସନ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅନ୍ୟ ୪ଟି ଲୋକସଭା ଆସନ ମୟୂରଭଂଜ, ଭୁବନେଶ୍ୱର, ସୁନ୍ଦରଗଡ଼ସମ୍ବଲପୁର ରେ ଦଳର ସ୍ଥିତି ଭଲ ଥିବା ଜଣାପଡିଛି । ସେପଟେ କନ୍ଧମାଳ, ପୁରୀ, ଭଦ୍ରକ, ଢେଙ୍କାନାଳନବରଙ୍ଗପୁର ସିଟ୍‌ରେ ଗତ ନିର୍ବାଚନରେ ଅଳ୍ପ ଭୋଟ୍ ବ୍ୟବଧାନରେ ଦଳ ହାରିଥିଲା । ତେଣୁ ସେଠି ଏବେ ଦଳ ସୁବିଧାଜନକ ସ୍ଥିତିରେ ଥିବା କୁହାଯାଉଛି । ତେବେ ଯେଉଁଠି ସ୍ଥିତି ଭଲ ନାହିଁ ସେଠି ସ୍ୱତନ୍ତ୍ର ରଣନୀତି କରୁଛି ଦଳ ।

କେବଳ ସେତିକି ନୁହେଁ ୨୦୧୯ରେ ଦଳ ଜିତିଥିବା ୮ ଆସନ ଏବଂ କୋରାପୁଟ୍ ଛଡ଼ା ବାକି ୧୨ଟି ଲୋକସଭା କ୍ଷେତ୍ରରେ ସଙ୍ଗଠନ ମଜଭୁତ୍ ପାଇଁ ଦଳ ପ୍ଲାନ୍ କରିଛି । ଲୋକସଭା ପ୍ରବାସ ଯୋଜନାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟରେ ପୁରୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ରକୁ ଆସି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି । ଆଗକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ନଡ୍ଡା ଅନ୍ୟ ସବୁ ସଂସଦୀୟ କ୍ଷେତ୍ରରେ ସଭା କରିବା ସହ ସେଠିକାର କର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ । ୪ଟି ସଂସଦୀୟ କ୍ଷେତ୍ରକୁ ଗୋଟିଏ ଲେଖାଏଁ କ୍ଲଷ୍ଟର କରାଯିବାର ଯୋଜନା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଆସି ନେତା, କର୍ମୀ ଓ ସାଧାରଣ ଜନତାଙ୍କୁ ବାର୍ତ୍ତା ଦେବେ ।

Advertisment

ବୁଥ୍, ଶକ୍ତି କେନ୍ଦ୍ର, ମଣ୍ଡଳ ସ୍ତରରେ ଦଳର ସଙ୍ଗଠନକୁ ମଜଭୁତ୍ କରିବା, ରାଜ୍ୟ ସରକାର ବିରୋଧରେ ପରିବେଶ ବନେଇବା, ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖକୁ ନେବା ଏବଂ ନଡ୍ଡା ଦେଇଥିବା ଟାସ୍କକୁ କାର୍ଯ୍ୟକାରୀ କରି ସଫଳତା ହାତେଇବାକୁ ଜୋର୍ ଦେଉଛି ବିଜେପି ।

BJD BJP Odisha Politics General Election 2024
Advertisment
Advertisment