/odishatv-khabar/media/post_attachments/uploadimage/library/16_9/16_9_0/DhanuYatra_1672972950.jpg)
DhanuYatra
ଆଜି କଂସ ବଧ । କଂସ ବଧ ଶହ ଆଜି ଶେଷ ହେବ ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତ ୩୧ ତାରିଖରୁ ଆରମ୍ଭ ଧନୁଯାତ୍ରା ଅନ୍ତିମ ଦିବସରେ ପହଞ୍ଚିଛି । ମୁକ୍ତାକାଶ ରଂଗମଞ୍ଚରେ କୃଷ୍ଣଜନ୍ମ ଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି । ଆଜି ଶେଷ ତଥା ଦଶମ ଦିନରେ କୁବଳିୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ ।
ପରେ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବେ କୃଷ୍ଣ-ବଳରାମ । ନବମ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ଛଳନାର ଯାତ୍ରା ଧନୁଯାତ୍ରାରେ ଯୋଗଦେବାକୁ ପହଞ୍ଚିଥିଲେ କୃଷ୍ଣ ବଳରାମ । ମଥୁରା ନଗର ବୁଲିବା ବେଳେ ପୂର୍ଣ୍ଣ କଳସୀ ରଖି ପ୍ରଭୁଙ୍କୁ ସ୍ୱାଗତ ଓ ପୂଜାର୍ଚ୍ଚନା କରିଥିଲେ ମଥୁରାବାସୀ । ପରେ ଖଜୁରଟିକ୍ରା ଠାରେ ସୁଦାମା ମାଳି ଓ ରଜକଙ୍କୁ ସାକ୍ଷାତ କରିବା ସହ କାଳୀମନ୍ଦିରରେ କୁବୁଜାକୁ ଉଦ୍ଧାର କରିଥିଲେ ।
ସେପଟେ କଂସ ମହାରାଜ ଛଳନାର ଯୁଦ୍ଧ ଦ୍ୱାରା ଦୈବୀବାଣୀକୁ ଭୁଲ ପ୍ରମାଣିକ କରିବାର ସ୍ୱପ୍ନ ଦେଖୁଥିଲେ । ନାଚଗୀତ ସହ ସୁରାର ଆସର ଜମିଥିଲା କଂସ ଦରବାରରେ । ତଥାପି ସ୍ୱପ୍ନାଦେଶ ଆଗରେ ଶକ୍ତିହୀନ ହୋଇପଡୁଥିଲେ ତ୍ରିଲୋକ ବିଜୟୀ କଂସ ମହାରାଜ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)