ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି।
ସାଉଥ୍ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ
ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।
ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରି ଚର୍ଚ୍ଚାରେ ବରଗଡ଼ ଯୁବକ, ଗରିବ ଲୋକଙ୍କୁ ରେସ୍ତୋରାଁରେ ମାଗଣାରେ ଖୁଆଇଲେ ଡିନର
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।
୨ ହଜାର ୪୦୪କୁ ଛାଡ଼ି ବାକି ପିପିସିର ନିଜସ୍ୱ ଜାଗା ନାହିଁ । କିଏ RMC ମାର୍କେଟ୍ ୟାର୍ଡ ବ୍ୟବହାର କରୁଛନ୍ତି, ତ ଆଉ କିଏ ସରକାରୀ ଓ ଘରୋଇ ଜାଗା ।
ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ ।
ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି, ବରଗଡ଼ର ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ପ୍ରଣାମ ଜଣାଇଛନ୍ତି ନବୀନ । ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ ।
ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍ କଲେଣି ।
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରିବେ ବିରୋଧୀ । ବିଜେପି ଓ କଂଗ୍ରେସ ପକ୍ଷରୁ ଏଭଳି ଚେତାବନୀ ପରେ ବରଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ମନ୍ଦିରରୁ ଚୋରି ହେବା ପରେ ଥାନାରେ ଅଭିଯୋଗ କଲେ ଲୋକେ, କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଅପରାଧୀକୁ ଧରିଲା ନାହିଁ
ବନ୍ଧା ହେଲେ ନକଲି ଆର୍ଟିଓ। ନିଜକୁ ଆର୍ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍ଟିଓଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।
କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି।
ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।
ବରଗଡ଼ ପୋଲିସ୍ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାକୁ ନେଇ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଡିଜିପି, ବରଗଡ଼ ଏସ୍ପି, ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି।
ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଲା ଏଚଆରପିସିର ଦୁଇ ଜଣିଆ ଟିମ୍ । ଗତ ସେପ୍ଟେମ୍ବର ୨୫ ତାରିଖରେ ପୋଲିସ ହେପାଜତରେ ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲା ।
ପୋଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଅଭିଯୋଗ ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି।
ମାଆ ରୋଗିଣା ହୋଇଗଲା ବୋଲି ଜଙ୍ଗଲରେ ଛାଡ଼ିଦେଲା ସନ୍ତାନ । ଭୁଲିଗଲା ନିଜ ମାଆର ମମତା । କେତେ ଅଝଟ ସହିଥିଲା ସେହି ମାଆ । ହେଲେ ଆଜି ସାମାନ୍ୟ ରୋଗ ପାଇଁ ମାଆର ମମତାକୁ ଭୁଲି, ଜଙ୍ଗଲରେ ଛାଡ଼ିଦେଲା ନିଷ୍ଠୁର ସନ୍ତାନ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।
ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଗୋପାଲନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ ପାରେ ତା ନୁହେଁ ଗୋପାଳନ ଓ କୁକୁଡ଼ା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା
ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।