Advertisment

କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Padampur Bypoll

Why BJP And Congress Defeat In Padampur Bypoll

ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି ଓ କଂଗ୍ରେସ ? ଦଳକୁ ଏତେ ଶୋଚନୀୟ ପରାଜୟ କେମିତି ଦେଖିବାକୁ ପଡ଼ିଲା। ଏନେଇ ଏବେ ସମୀକ୍ଷା କରୁଛନ୍ତି ଦୁଇ ଦଳ। ବିଜେଡିକୁ ପ୍ରଚାରରେ କଡ଼ା ଫାଇଟ୍ ଦେଉଥିବା ବିଜେପି କ୍ୟାମ୍ପରେ ଏବେ ଚାଲିଛି କାରଣ ଖୋଜା। କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡିକୁ ଗଲା। ଯାହା ବିଜୟର ବଡ଼ ଫ୍ୟାକ୍ଟର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ଖାଲି ସେତିକି ନୁହେଁ, ଏହି ନିର୍ବାଚନ ବିଜେଡି ଅର୍ଥ ବଳରେ ଜିତିିଛି। ବର୍ଷାଙ୍କୁ କୌଣସି ବ୍ୟକ୍ତିଗତ ଆକ୍ଷେପ ହୋଇନି ବରଂ ଯାହା ସତ ତାହା କୁହାଗଲା ବୋଲି ଜୟନାରାୟଣ ମିଶ୍ର ଦୋହରାଇଛନ୍ତି। ସେପଟେ ଏପରି ଭୋଟ୍ ଓ ପରିସ୍ଥିତି ଲାଗି ରହିଲେ କଂଗ୍ରେସ ଲୋପ ପାଇଯିବ। ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

Advertisment

ଦିନକ ପୂର୍ବରୁ ପିସିସି ସଭାପତି କେମିତି ଜାଣିଲେ ହାରିବୁ ବୋଲି ? ପିସିିସି ସଭାପତି ନିଜର ଗୋଷ୍ଠୀ ତିଆରି କରୁଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ଦଳ ପାଇଁ କାମ କରିବାକୁ ପଡ଼ିବ। ନହେଲେ କଂଗ୍ରେସ ଲୋପ ପାଇଯିବ ବୋଲି ତାରା ବାହିନୀପତି ଦୋହରାଇଛନ୍ତି।

ଅନ୍ୟପକ୍ଷେ, ବର୍ଷାଙ୍କ ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ବିଜେଡି। ୨୦୧୯ ପଦ୍ମପୁର ନିର୍ବାଚନରେ ପ୍ରଦୀପ ପୁରୋହିତ, ବିଜେଡି ପ୍ରାର୍ଥୀ ବିଜୟ ସିଂ ବରିହାଙ୍କଠୁ ୫ ହଜାର ଭୋଟ୍‌ରେ ପରାଜୟ ହୋଇଥିଲେ। ଏଥର କିନ୍ତୁ ଏହି ବ୍ୟବଧାନ ୪୨ ହଜାର ରହିଛି। ସେହିପରି ଗତ ଥର ୩୦ ହଜାର ଭୋଟ୍ ପାଇଥିବା କଂଗ୍ରେସ ମାତ୍ର ୩ ହଜାର ୫୮୧ ଭୋଟ୍ ପାଇଛି। 

BJD BJP Congress padmapur-bypoll
Advertisment
Advertisment