/odishatv-khabar/media/post_attachments/uploadimage/library/16_9/16_9_0/s_1674884105.jpg)
Couple Found Hanging In Bargarh
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ବେକରେ ରଶି ଲଗାଇ ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଭଡ଼ିଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଘୁ ଭୁଏ(୫୧) ଓ ତାଙ୍କ ପତ୍ନୀ ପ୍ରତିଷ୍ଠା ଭୁଏ(୪୭)। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ଝିଅକୁ ହତ୍ୟା ପରେ ବାପା, ମା’ଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତ ଡିସେମ୍ବର ୨ରେ ରଘୁଙ୍କ ଝିଅକୁ ହତ୍ୟା କରାଯାଇଥିଲା। ଏହାପରେ ସ୍ୱାମୀ-ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘଟଣାରେ ହତ୍ୟା ଅଭିଯୁକ୍ତ ଗିରଫ ହୋଇ ଜେଲ୍ ଯାଇଥିଲା। ହେଲେ ଆଜି ରଘୁ ଓ ତାଙ୍କ ପତ୍ନୀ ପ୍ରତିଷ୍ଠାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ଭଟଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
ଏକମାତ୍ର ଝିଅକୁ ସବୁଦିନ ପାଇଁ ହରାଇବା ପରେ ଦୁଃଖରେ ଦମ୍ପତି ଭାଙ୍ଗି ପଡ଼ିଥିଲେ। ତେଣୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ଏନେଇ ପୋଲିସ୍ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)