• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁର ଉପନିର୍ବାଚନରେ ବିଜେପି  ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ମାରାଥନ ପ୍ରଚାର । ଗତକାଲି ରାତିରେ ମଧ୍ୟ ସେ ଗାଁ କୁ ଗାଁକୁ ଯାଇ ବିଜେପି ପାଇଁ ପ୍ରଚାର କରିଥିଲେ । ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ସେ ଆହ୍ୱାନ ଦେଇଥିଲେ । ଅପରାଜିତା କହିଛନ୍ତି, ବିଜେଡି ୨୨ ବର୍ଷ ଶାସନରେ ରହିଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ ହୋଇପାରିନାହଁ । ୨୦ ବର୍ଷ ତଳେ ବରଗଡ଼ ଯେମିତି ଥିଲା, ଏବେ ବି ସେମିତି ଅଛି । ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।

ଅନ୍ୟପଟେ ଦିନ ବେଳେ ପଦ୍ମପୁରରେ ପଦ୍ମ ଫୁଟାଇ ଉପନିର୍ବାଚନ ଜିତିବାକୁ ବିଜେପି ଜୋରଦାର କସରତ କରିଛି । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍‌ରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗର୍ଜନ କରୁଥିବା ଦେଖାଯାଇଥିଲା । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ଅପରାଜିତାଙ୍କ ନିଶାନାରେ ଥିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ଜୋର୍ଦାର ହମ୍‌ଲା କରିଥିଲେ ଅପରାଜିତା । ସେ କହିଥିଲେ, ‘ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ ବୋଲି କହିଥିଲେ । ହେଲେ ଗତକାଲି ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନଥିବା କହି ଏହାକୁ ସଫା ସଫା ମନା କରିଛନ୍ତି । ଲୋକଙ୍କୁ ଆଉ କେତେଦିନ ଭୁତାଇବେ ବୋଲି ପ୍ରଶ୍ନ କରି ବର୍ଷକ ୩୬୫ ଦିନରୁ ମୁଖ୍ୟମନ୍ତ୍ରୀ ୧୪୭ ବିଧାନସଭା କ୍ଷେତ୍ର ବୁଲି ଲୋକଙ୍କ କଥା ବୁଝିବା କଥା କହି ଟାର୍ଗେଟ୍ କରିଥିଲେ । ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆମ କଥା ବୁଝୁଥିବ ବୋଲି କହିଥିଲେ ଅପରାଜିତା ।

କେବଳ ସେତିକି ନୁହେଁ, ସାଂସଦ ଜୁଏଲ୍ ଓରାମ୍‌ଙ୍କ ପରେ ବର୍ଷାଙ୍କ ନାଁ ନ ନେଇ ତାଙ୍କୁ ତେରଛା ବାଣ ଛାଡ଼ିଥିଲେ ଅପରାଜିତା । କହିଛନ୍ତି, ଝିଅଟେ ବାହା ହେଲା ପରେ ସେ ଶାଶୁଘରର ବୋହୂ । ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ ? ଝିଅ ଶାଶୁଘରକୁ ଚାଲି ଯାଇଛି । ତେଣୁ ଆମକୁ ଏବେ ପୁଅକୁ ଜିତାଇବାର ଅଛି ବୋଲି କହି ପ୍ରଦୀପ ପୁରୋହିତଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅପିଲ୍ କରିଥିଲେ ଅପରାଜିତା ।